ପିଆଜ ସମ୍ପର୍କିତ ତଥ୍ୟ

– ପାଖାପାଖି ୫.୫୦୦ ବର୍ଷ ତଳେ ପ୍ରଥମେ ଏସିଆ ମହାଦେଶରେ ପିଆଜ ଚାଷ ଆରମ୍ଭ ହୋଇଥିଲା। ପରେ ପୂରା ବିଶ୍ବବଜାରରେ ଏହାର ଲୋକପ୍ରିୟତା ବିସ୍ତାର ହୋଇଥିଲା।
– ଆଦୌ ଫ୍ୟାଟ୍ ନଥିବା ଏଇ ପିଆଜ ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
– ବିଶ୍ବସ୍ତରରେ ଲୋକପ୍ରୟ ପରିବା ତାଲିକାରେ ପିଆଜ ୬ଷ୍ଠ ସ୍ଥାନ ଅଧିକାର କରିଛି।
– ଏହି ପରିବାର ମହୌଷଧି ଗୁଣ କାରଣରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକମାନେ ଏହାକୁ ବହୁଳ ଭାବେ ବ୍ୟବହାର କରୁଥିଲେ। ସେତେବେଳେ ସୈନିକମାନଙ୍କ ଧାରଣା ଥିଲା ଯେ ପିଆଜ କଟାକୁ ଗୁଳି ବାଜିଥିବା ସ୍ଥାନ କିମ୍ବା ଦରଜ ହୋଇଥିବା ସ୍ଥାନରେ ମାଲିସ୍ କଲେ ରୋଗର ଉପଶମ ହୋଇଥାଏ।
-ବିଶ୍ବରେ ସବୁଠୁ ଅଧିକ ଆମେରିକୀୟ ଲୋକେ ପିଆଜ ଖାଉଥିବାର ପ୍ରକାଶ। ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏମାନେ ପିଆଜର ଉପଯୋଗ କରିଥାନ୍ତି। ଜଣେ ସାଧାରଣ ଆମେରିକୀୟ ବର୍ଷକୁ ୮.୫ କିଲୋ ଓଜନର ପିଆଜ ଖାଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

Comments are closed.