ଦିଲ୍ଲୀରେ ସପ୍ତାହେ ବୃଦ୍ଧି ପାଇଲା ତାଲାବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସାମ୍ବାଦିକ ସମ୍ମିଳନୀ ଯୋଗେ ଦିଲ୍ଲୀରରେ ତାଲାବନ୍ଦ ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଆସନ୍ତା ସୋମବାର ସକାଳ ୫ଟା ଯାଏଁ ତାଲାବନ୍ଦ ରହିବ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ଠାରୁ ମେଟ୍ରୋ ଟ୍ରେନ ଚଳାଚଳକୁ ବନ୍ଦ ରଖାଯିବ। ଦିଲ୍ଲରେ ସଂକ୍ରମଣ ଅଳ୍ପ ପରିମାଣରେ ହ୍ରାସ ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୩୫% ରୁ ୨୩% ହୋଇଛି।
ଲଗାତାର ୩ୟ ଥର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କାହାରିକୁ ଅନୁମତି ମିଳିବ ନାହିଁ। ମଇ ୧୭ ଯାଏଁ ତାଲାବନ୍ଦ ଜାରି ରହିବ। ଏହି ସମୟରେ ସରକାର ସଂକ୍ରମଣ ମାମଲାକୁ ସମୀକ୍ଷା କରିବେ।

 

Comments are closed.