କୁଲଗାମ୍ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ତଲାସୀ ଅଭିଯାନ ଜାରି

ଜମ୍ମୁ: ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାର ମୁନାନ୍ଦ ଅଞ୍ଚଳରେ ରବିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଅଜ୍ଞାତ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଏହାସହିତ ତଲାସୀ ଅଭିଯାନ ଜାରି ରହିଛି।

କୁଲଗାମ୍‌ ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂଚନା ମିଳିବା ପରେ ପୁଲିସ ଓ ସେନାର ମିଳିତ ଟିମ୍‌ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

 

Comments are closed.