ବୋଲେରୋ ଧକ୍କାରେ ଜଣେ ମୃତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ରଘୁନାଥପୁର ଛକଠାରେ ଶୁକ୍ରବାର ଏକ ବୋଲେରୋ ଧକ୍କାରେ ଜଣେ ସାଇକଲ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ବାଙ୍କୀ ଥାନ ଅନ୍ତର୍ଗତ କଦଳୀବାଡି ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଯୋଗୀ ବେହେରାଙ୍କ ପୁଅ ତ୍ରିଲୋଚନ ବେହେରା ସାଇକଲରେ ନିଜ ଶ୍ୱଶୁରଘର ଢେଙ୍କାନାଳ ସଦର ବ୍ଲକର ଶଙ୍କରପୁର ପଞ୍ଚାୟତ ଅନ୍ତର୍ଗତ ପର୍ବତିୟା ଗ୍ରାମକୁ ଯାଉଥିଲେ। ରଘୁନାଥପୁର ଛକ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ପଡି ଛଟପଟ ହେଉଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଆଠଗଡ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ଡାଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ଧକ୍କା ଦେଇ ଚମ୍ପଟ ମାରିଥିବା ବୋଲେରୋଟିକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Comments are closed.