ସାପ କାମୁଡ଼ାରେ ଯୁବକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକର ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଜେମାଦେଇପୁର ଗ୍ରାମର ରଞ୍ଜନ କୁମାର ମଣ୍ଡଳ। ଗତକାଲି ବିଳମ୍ବିତ ରାତିରେ ରଞ୍ଜନ ଶୌଚ ପାଇଁ ଯାଇଥିବା ବେଳେ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡ଼ିକାଲକୁ ନିଆଯାଇଥିଲା। ମାତ୍ର ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comments are closed.