ସେନା ଗୁଳିରେ ପାକ୍‌ ଅନୁପ୍ରବେଶକାରୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ସେନା ଗୁଳିରେ ଜଣେ ପାକ୍‌ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶୁକ୍ରବାର ସାମ୍ବା ସେକ୍ଟର ମଙ୍ଗୁଚକ ସୀମା ଚୌକି ଅଞ୍ଚଳର ନିୟନ୍ତ୍ରଣ ରେଖା ଆରପଟୁ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବିଏସଏଫ ଯବାନମାନେ ଦେଖିଥିଲେ। ଫଳରେ ଯବାନମାନେ ସେମାନଙ୍କ ଉପରକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡ଼ିଛି। କେତେଜଣ ଅନୁପ୍ରବେଶକାରୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ସେ ନେଇ ସୂଚନା ମିଳିନାହିଁ। ସେନା ପକ୍ଷରୁ ଉକ୍ତ ଅନୁପ୍ରବେଶକାରୀଙ୍କ ମୃତଦେହ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି।

Comments are closed.