ଦିଲ୍ଲୀରେ କରୋନା ଆକ୍ରାନ୍ତ ପ୍ରବାସୀ ଓଡ଼ିଆ ମୃତ

ନୂଆଦିଲ୍ଲୀ: କରୋନା ରୋଗରେ କଟକ ଜିଲା ସାଲେପୁର ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ତାଙ୍କର ଗୋଟିଏ ପୁତ୍ର ଓ ପତ୍ନୀ ଅଛନ୍ତି। ପଶ୍ଚିମ ଦିଲ୍ଳୀର ବସାଇ ଦାରାପୁର ଅଞ୍ଚଳରେ ଦୀର୍ଘଦିନ ଧରି ସପରିବାର ରହୁଥିଲେ। ନିଜେ ଏକ କମ୍ପାନୀ ପ୍ରତିଷ୍ଠା କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କରୋନା ରୋଗର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଜୁନ ୧୧ରେ ସ୍ଥାନୀୟ ହରିନଗର ଘଣ୍ଟାଘର ସ୍ଥିତ ଦୀନଦୟାଲ ଉପାଧ୍ୟାୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ପଞ୍ଜାବୀବାଗ ସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଦିଲ୍ଲୀ ଏନସିଆର ଅଞ୍ଚଳରେ କରୋନା ରୋଗରେ ପ୍ରବାସୀ ଓଡ଼ିଆ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

Comments are closed.