ଗଞ୍ଜାମରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ସୁରତରୁ ଫେରିଥିଲେ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲାରେ। ସେ ନିକଟରେ ସୁରତରୁ ଫେରିଥିଲେ। ତାଙ୍କ ବୟସ ୧୮ ବର୍ଷ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଞ୍ଜାମ ଜିଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ମଧ୍ୟ ସୁରତରୁ ଫେରିଥିଲେ। ଫଳରେ ସୁରତ ଫେରନ୍ତାଙ୍କୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି।

Comments
Loading...