କନ୍ଧମାଳ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ: ଜିଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲାରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ ହୋଇଛି। ଗତ କିଛି ଦିନ ଧରି ଜିଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଥିଲେ ବି ଗତ ତିନି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବଢି ୧୨ ହୋଇଛି। ସୂଚନା ମୁତାବକ ଆଜି ସୁଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୩୮ ରହିଛି। ଏମାନଙ୍କ ମଧ୍ୟରୁ ୫,୮୯୩ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ସେହିଦିନଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ଜିଲା ସଂପୂର୍ଣ୍ଣ କରୋନା ମୁକ୍ତ ନ ହେବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.