ନାବାଳକଙ୍କ ଛୁରା ମାଡ଼ରେ ଯୁବକ ଗୁରୁତର ଆହତ

ବ୍ରଜରାଜନଗର : ନାବାଳକଙ୍କ ଛୁରା ମାଡ଼ରେ ଯୁବକ ଗୁରୁତର ଆହତ । ଏଭଳି ଘଟଣା ଗତକାଲି ରାତିରେ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ଚୁନାଭଟ୍ଟା ଅଂଚଳରେ  ଘଟିଛି। ନାବାଳକଙ୍କ ଛୁରା ମାଡ଼ରେ ଟିଙ୍କୁ ଗଣ୍ଡ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇବା ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲା। ଟିଙ୍କୁଙ୍କ ପିଠିରେ ଛୁରା ମାଡ଼ ହୋଇଥିବା ବେଳେ ୫ଟି ଷ୍ଟିଚ ଲାଗିଛି। ବର୍ତମାନ ଆହତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେପଟେ ଆକ୍ରମଣକାରୀ ଜେଲରେ ଥିବା ସ୍ଥାନୀୟ ଅଞ୍ଚଳର ଜଣେ କୁଖ୍ୟାତ ଅପରାଧୀଙ୍କ ନାବାଳକ ପୁଅ ବୋଲି ଜଣା ପଡ଼ିଛି। ଅପରପକ୍ଷରେ ଛୁରା ମାଡ଼ ଘଟଣାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Comments are closed.