ବାଇକ ଦୁର୍ଘଟଣାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପର୍ତ୍ତ ବିଭାଗ ରାସ୍ତା ବାଇଶପଡା ନିକଟରେ ଗୁରୁବାର ସନ୍ଧ୍ୟାରେ  ବାଇକ ଦୁର୍ଘଣାରେ ମହାଲ୍ଲିକପଡା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୋତ ଭୋକ୍ତା (୫୦)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ମହାଲ୍ଲିକପଡା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଭୋକ୍ତା ଆଜି ସନ୍ଧ୍ୟାରେ ପଂଚାୟତ କାର୍ଯ୍ୟସାରି ନିଜ ଘର ପୁରୁଣାକଟକକୁ ଫେରୁଥିବା ସମୟରେ ବାଇଶପଡା ଠାରେ ଏକ ବ୍ରିଜ ବାଡରେ ପିଟି ହୋଇ ନାଳ ତଳକୁ ଖସି ପଡିଥିଲେ। ଖବର ପାଇ ସ୍ଥାନୀୟ ଲୋକ ଶ୍ରୀ ଭୋକ୍ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି।

Comments are closed.