କୂଅରେ ପଡି ନାବାଳିକା ମୃତ

କେଶଦୁରାପାଳ : ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗାଁରେ କୂଅରେ ଖସିପଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତା ନାବାଳିବା ଗାଁର ବିଜନ ପରିଡାଙ୍କ ଭାଣିଜି ମିନୁ ସଙ୍ଖୁଆ । ମାମୁ ଘରେ ରହି ୫ଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ମିନୁ ଖେଳୁଥିବା ବେଳେ ଅସାବଧାନତାବଶତଃ  ବାଡି ନିକଟରେ ଥିବା କୂଅରେ ପଡିଯାଇଥିଲା ।ଖବରପାଇ ଘସିପୁରା ଅଗ୍ନିଶ୍ରମ ବିଭାଗ କର୍ମଚାରୀ ସେଠାରେ ପହଁଞ୍ଚି କୂଅରୁ ତାକୁ ଉଦ୍ଧାର କରିଥିଲେ । ମାତ୍ର ଡାକ୍ତରଖାନା ରେ ପହଁଞ୍ଚିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାମଚନ୍ଦ୍ରପୁର ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Comments are closed.