ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁରୁଡିଝାଟିଆ : ରାଧାକିଶୋରପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରିମିୟମ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ୪ଟିଦଳକୁ ନେଇ ଅନୁଷ୍ଠିତ ଏହି ଲିଗ୍‌ରେ ନାୟକ ରାଇଡର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଫାଇନାଲ ମ୍ୟାଚରେ ନାଇଟ ହଣ୍ଟର ଜାଗୁଆର ଓ ନାୟକ ରାଇଡର ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନାୟକ ରାଇଡର ୧ ଉଇକେଟରେ ୬୬ ରନ କରିଥିବା ବେଳେ ନାଇଟ ହଣ୍ଟର ଜାଗୁଆର ୬୩ କରିବାକୁ ସକ୍ଷମ ହୋଇଥିଲା । ବିଧାୟକଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସରପଞ୍ଚ ଭୂବନେଶ୍ୱର ସ୍ୱାଇଁ, ଯୁବନେତା ବିଧାନଚନ୍ଦ୍ର ସ୍ୱାଇଁ, ବିରଞ୍ଚି ବେହେରା, ନିଶିକାନ୍ତ ସ୍ୱାଇଁ, ଚନ୍ଦ୍ରକାନ୍ତ ସ୍ୱାଇଁ, ସୁବ୍ରତ ସ୍ୱାଇଁ, ବିଶ୍ୱରଞ୍ଜନ ନାୟକ, ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Comments are closed.