ଏକ ଦିବସୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ବରଗଡ଼ ଚାମ୍ପିୟାନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା   ଅତାବିରା ଏନ୍ ଏ ସି ସ୍ଥିତ ଲାଦେରପାଲିରେ ବ୍ୟାଡମିଣ୍ଟନ ଏସୋସିଏସନ୍ ପକ୍ଷରୁ  ଦ୍ଵିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୪୪ ଟି ଦଳ  ଅଂଶଗ୍ରହଣ କରିଥିବାବେଳେ ବରଗଡର ବୁବୁ ଏବଂ ସାଥି ସମ୍ବଲପୁରର ସୁରଜ ଏବଂ ସାଥିଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ। ଅତିଥିଭାବରେ ଶ୍ରୀ ପଳଉ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ସାମ୍ବାଦିକ ଖିରୋଜ ନାୟକ, ଗୋକୁଳ ଚିରଗୁନ, ଶିବଶଙ୍କର ପ୍ରଧାନ, ଗୋବିନ୍ଦ ପ୍ରଧାନ, ବିପୁଳ ଅଗ୍ରୱାଲ ଯୋଗଦେଇଥିଲେ । ସୁଶାନ୍ତ ପ୍ରଧାନ,  ମୁକେଶ ପ୍ରଧାନ,  ପ୍ରଦୀପ ପ୍ରଧାନ ଖେଳ ପରିଚାଳନା କରିଥିଲେ |  ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଉଭୟ ଦଳଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଚନ୍ଦନ ପ୍ରଧାନ, ବବୁଲ ପ୍ରଧାନ, ରାମ ପ୍ରଧାନ, ଅରବିନ୍ଦ, ସୁରଜ ପ୍ରଧାନ, ରାଜେଶ, ପ୍ରତାପ ପ୍ରଧାନ, ଅରୁନ, କାହ୍ନା , ସୁବାସ ପ୍ରଧାନ, ସୁବଳ ପ୍ରଧାନ, ସାରଥୀ ସାହୁ, ସ୍ୱରାଜ, ଶୈଳେନ୍ଦ୍ର, ପ୍ରଭାତ ପ୍ରମୁଖ ଗ୍ରାମର ଯୁବ ଖେଳାଳି  ତଥା ଗ୍ରାମବାସୀ ସହଯୋଗ କରିଥିଲେ।

Comments are closed.