ଭିଡ ହିଂସା : ଆସାମରେ ବାଂଲାଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

କରିମଗଞ୍ଜ : ଆସାମର କରିମଗଞ୍ଜରେ ବାଂଲାଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପଶୁ ଚୋରା ଚାଲାଣକାରୀ ସନ୍ଦେହରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ସହ ତାଙ୍କ ସହିତ ଆସିଥିବା ଅନ୍ୟ ସାଥୀଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କରିମଗଞ୍ଜ ପୁଲିସ ସୂଚନା ଦେଇ କହିଛନ୍ତି ଯେ, ଭିଡ ହିଂସାରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ବାଂଲାଦେଶରୁ ଅତି କମରେ ୭ ଜଣ ଲୋକ ଭାରତ ସୀମାରେ ପ୍ରବେଶ କରି ସୀମା ନିକଟ ପୁଟନି ଟି ଇଷ୍ଟେଟରେ ଥିବା ଏକ ଘରୁ ଗାଈ ଚୋରି କରିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକ ଏହା ଜାଣି ପାରି ଖୁବ୍ ଶୀଘ୍ର ଏକତ୍ରିତ ହୋଇ ସେମାନଙ୍କୁ ର୍ନିଧୁମ୍ ପିଟିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ଭିଡା ହିଂସାରେ ସାମିଲ ଥିବା ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ରଞ୍ଜିତ ମୁଣ୍ଡା । ସେ ବାଂଲାଦେଶର ମୌଲଭିବାଜର ଜିଲ୍ଲାର ସୋନାରୂପା ଟି ଇଷ୍ଟେଟର ବାସିନ୍ଦା ବୋଲି ଜଣାପଡିଛି।

Comments are closed.