ନିଆଁ ଲଗାଇ ଘର ପୋଡିବା ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ମାଣିବନ୍ଧ ଗ୍ରାମର ଏକ ଘରକୁ ନିଆଁ ଲଗାଇ ପୋଡ଼ି ଦେବା ଅଭିଯୋଗରେ ପୁଲିସ ଗୁରୁବାର ଦିନ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ ହେଲେ ମାଣିବନ୍ଧ ଗ୍ରାମର ସନ୍ତୋଷ ପାତ୍ର କ୍ଷ ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୩୪୭/୨୦ରେ ଏକ ମାମଲା ରୁଜୁ ହୋଇଥିଲା।  ପ୍ରକାଶ ଯେ, ମାଣିବନ୍ଧ ଗ୍ରାମରେ ଦୀର୍ଘ ୩୦ ବର୍ଷ ହେଲା ଗୁରୁନାଥ ସ୍ଵାଇଁ ଜାଗା କିଣି ଘର ତିଆରି କରି ସପରିବାର ରହିଆସୁଥିଲେ। ତେବେ ଗତ ବୁଧବାର ଦିନ ସକାଳ ୧୦ ଘଣ୍ଟ ସମୟରେ ଗୁରୁନାଥଙ୍କ ସ୍ତ୍ରୀ ଓ ତାଙ୍କ ସନ୍ତାନ ଘରେ ଥିବା ବେଳେ ବାହାର ପଟୁ ଶିକୁଳି ଦେଇ ସନ୍ତୋଷ ନିଆଁ ଲଗାଇ ଦେଇଥିଲା ।  ପରେ ଘରେ ନିଆଁ ଲାଗିବାର ଦେଖି ସ୍ତ୍ରୀ ଜାଗୀ ସ୍ଵାଇଁ ଚିତ୍କାର କରିବାରୁ ତାଙ୍କର ସ୍ଵାମୀ ଓ ପୁଅ ହଠାତ୍ ଆସି ଶିକୁଳି ଖୋଲି ଥିଲେ । ଅଗ୍ନିକାଣ୍ଡରେ ଘରର ହଜାର ହଜାର ଟଙ୍କାର ଜିନିଷ ପୋଡିଯାଇଥିଲା ଏନେଇ ଜାଗୀ ସ୍ଵାଇଁ ବୁଧବାର ଦିନ ସନ୍ତୋଷ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।

Comments are closed.