ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର

ସେବାକାର୍ଯ୍ୟ ଉପରେ ଗୁରୁତ୍ବାରୋପ

ନବରଙ୍ଗପୁର : ଓଡ଼ିଶା ରେଡକ୍ରସର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲା ଯୁବ ରେଡକ୍ରସ ତରଫରୁ ତିନି ଦିନିଆ ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭ।ବେ ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଶିବିର ଉଦଘାଟନ କରିଥିଲେ । ସେବାହିଁ ପରମଧର୍ମ, ଯୁବ ଛାତ୍ର ମାନେ ପାଠପଢା ସହ ସେବା କାର୍ଯ୍ୟ ପ୍ରତି ଗୁରୁତ୍ୱଦେବାକୁ କହିଥିଲେ। ରକ୍ତଦାନ, ପରିବେଶ ସୁରକ୍ଷା ଭଳି କାର୍ଯ୍ୟ କରିବା ସହିତ ଲୋକଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦେଇଥିଲେ। ଜିଲାର ପ୍ରତି କଲେଜରୁ ୨୫ ଜଣ ଲେଖାଏଁ ଛାତ୍ର-ଛାତ୍ରୀଙ୍କୁ ନେଇ ଫାଷ୍ଟଏଡ୍ ବା​‌ ପ୍ରାଥମିକ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ରେଡକ୍ରସର ଆଜୀବନ ସଭ୍ୟ ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶରେ ରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜିଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ ଯୁବ ରେଡକ୍ରସର ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଜାରି ରହିବ ଓ ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ରହିଛି ବୋଲି କହିଥିଲେ। ଶିବିରରେ ସଭାପତିତ୍ବ କରି ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଭାସ୍କର ନାଥ ବିଶ୍ଵାଳ ମହାବିଦ୍ୟାଳୟର ଉନ୍ନତିରେ ସମସ୍ତଙ୍କ ସହଯୋଗ ରହିଛି ଓ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଚାଲିଛି ବୋଲି କହିଥିଲେ। ଜିଲାର ୨୫ ଟି ମହାବିଦ୍ୟାଳୟରୁ ୧୦୦ ଜଣ ସ୍ବେଛାସେବୀଙ୍କ ସହ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷ ମାନେ ଯୋଗଦାନ କରିଛନ୍ତି। ସମଗ୍ର କାର୍ୟ୍ୟକ୍ରମ ଜିଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଏବଂ ଅଧ୍ୟାପକ ସଚିନ ପଣ୍ଡା ପରିଚାଳନା କରିଥିଲେ। ଜିଲା ଡାକ୍ତରଖାନାରୁ ଡାକ୍ତର ମଳୟ ରଞ୍ଜନ ତ୍ରିପାଠୀ ଓ ଯୁବ ରେଡକ୍ରସ ଜିଲା ସଂଯୋଜକ ଅଖିଳ କୁମାର ଭଟ୍ଟ ,ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗଦେଇ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟର ତଥା ଜିଲାର ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ।

Comments are closed.