ବଜ୍ରକାପ୍ତା ବିକ୍ରିବେଳେ ଜଣେ ଗିରଫ

ଜୟପୁର : କୋରାପୁଟ ଜିଲାର ଜୟପୁର ଅଞ୍ଚଳରେ ବଜ୍ରକାପ୍ତାକୁ ଚୋରା ଚାଲାଣ କରୁଥିବା ରାକେର୍ଟର ପର୍ଦ୍ଦାଫାସ ହୋଇଥିବା ଗୁରୁବାର ଜଣାପଡ଼ିଛି। ଜୟପୁର ବନଖଣ୍ଡର ସ୍ୱତନ୍ତ୍ର ଟିମ ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ପ୍ରାୟ ୪ କିଲୋ ଓଜନର ବଜ୍ରକାପ୍ତା ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି। ବନ ବିଭାଗ ଜଣଙ୍କୁ ଏହି ଘଟଣାରେ ଗିରଫ ମଧ୍ୟ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.