କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର : ବଲାଙ୍ଗୀର ପୁଇନ୍ତଳା ବ୍ଲକ କରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୫ଟି ସ୍ଥାନରେ ବଲାଙ୍ଗୀର ସାଗରପଡା ଘର, ତୁଷୁରାରେ ଥିବା ପୈତୃକ ଘର ସହ ଭଡାରେ ଦେଇଇଥିବା ଘର, ବଲାଙ୍ଗୀର ପୁଇଁତଲା କାର୍ଯ୍ୟାଳୟ, ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଘରେ ମଧ୍ୟ ଚଢାଉ କରାଯାଇଛି। ଏହି ଚଢାଉରେ ୩ ଜଣ ଡିଏସପି, ୪ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ସହ ୫ଟି ଟିମ ରହିଛନ୍ତି। ୨ଟି ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା, ଗୋଟିଏ ଏକ ମହଲା କୋଠା,୯ଟି ପ୍ଲଟ, ୨ଟି ଚାରି ଚକିଆ, ୨ଟି ଦୁଇ ଚକିଆ ଏବଂ ଏଯାଏଁ ୮,୦୬,୭୦୦ ଟଙ୍କା ଏଯାଏଁ ଜବତ ହୋଇଥିବା ବେଳେ ଚଢାଉ ଜାରି ରହିଛି।

Comments are closed.