ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀଙ୍କ ସହ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଉଛି । ଚଢାଉ ସମୟରେ ଗୋଟିଏ କୋଠାଘର, ୨ଟି ପ୍ଲଟ, ଏକ ଚାରିଚକିଆ, ୨ଟି ଦୁଇ ଚକିଆ ଯାନ ସହ ଚେକ, ଅଳଙ୍କାର ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରାଯାଇଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।

 

Comments are closed.