ରାଜଧାନୀରେ ବନ୍ଦ ହେଲା ଏହି ମାର୍କେଟ

ନୂଆଦିଲ୍ଲୀ : ଦେଶରେ ଏବେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମାତ୍ର ଏବେ ମଧ୍ୟ ଦେଶରେ କରୋନାର ୨ୟ ତରଙ୍ଗ ଜାରି ରହିଛି। ୩ୟ ତରଙ୍ଗର ଭୟ ଏବେ ମଧ୍ୟ ରହିଛି। କରୋନା ଭୂତାଣୁ ସହ ଲଢିବା ପାଇଁ କେନ୍ଦ୍ର ସରକାର ଟିକାକରଣ ପ୍ରତି କାର୍ଯ୍ୟ ଜାରି ରଖିଛନ୍ତି। ମାତ୍ର ଗତ କିଛି ଦିନ ହେବ ଦିଲ୍ଲୀରେ ତାଲାବନ୍ଦ କୋହଳ କରାଯାଇଥିବା ସହ ଦୋକ।ନା ବଜାର ଖୋଲାଯାଇଛି। ମାତ୍ର ଦିଲ୍ଲୀସ୍ଥିତ ଲକ୍ଷ୍ମୀନଗର ବଜାର ସମେତ ଅନେକ ବଜାରରେ କରୋନା କଟକଣାକୁ ଉଲ୍ଲଙ୍ଘନ କରାଯାଇଥିବାରୁ ଜୁଲାଇ ୫ ଯାଏଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପୂର୍ବ ଦିଲ୍ଲୀର ଜିଲାଧିକାରୀ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ଜୁଲାଇ ୫ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀନଗର ବଜାର,ମଙ୍ଗଲ ବଜାର, ବିଜୟ ଚୌକ, ସୁଭାଷ ଚୌକ,ଜଗତରାମ ପାର୍କ, ଗୁରୁରାମଦାସ ନଗର ମଧ୍ୟ ସାମିଲ ଅଛି।

Comments are closed.