ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲାପାଳଙ୍କ ଐତିହାସିକ ସ୍ଥାନ ପରିଦର୍ଶନ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ,ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଯୁଗର ଐତିହାସିକ ବନ ବିଦ୍ୟାଳୟ, ବକୁଳ ବନ, ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚତୁର୍ପାଶ୍ୱ, ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀରେ ପୁନଃରୁଦ୍ଧାର କରାଯିବ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସବୁ ସ୍ଥାନ ଆଜି ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ, ସତ୍ୟବାଦୀ ବ୍ଲକ ପ୍ରଶାସନ, ପର୍ୟ୍ୟଟନ ବିଭାଗ ଅଧିକାରୀ ଓ ବିଭାଗୀୟ ସ୍ଥପତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.