ନାରୀ ଜାତିର ଗୌରବ ପ୍ରତି ଆସ୍ଥା ରଖୁଥିବା ଛଟ ପୂଜା ସମ୍ପନ୍ନ : ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ ବ୍ରତଧାରୀ

ରେଙ୍ଗାଲିକ୍ୟାମ୍ପ  : ଅସ୍ତମିତ ସୂର୍ୟ୍ୟର ଗୋଧୂଳି ଲଗ୍ନରୁ ଆରମ୍ଭ ହୋଇ ଉଦୀୟମାନ ସୂର୍ଯ୍ୟଙ୍କ ଅର୍ଘ୍ୟ ପରେ ଆଜି ସମ୍ପନ୍ନ ହୋଇଛି ଛଟ ପୂଜା । ଚଳିତ ବର୍ଷ ବିଧି ରକ୍ଷା ପାଇଁ ଅତାବିରାର ବିଭିନ୍ନ ସ୍ଥାନରେ ଛଟ ପୂଜା ସମ୍ପୂର୍ଣ୍ଣ ହୋଇ ଯାଇଛି। ଉତ୍ତର ଭାରତର ଚତୁର୍ଦ୍ଦିବସୀୟ ମହାନ୍ ଲୋକ ପର୍ବ ଛଟ ପର୍ବର ଆଜି ଚତୁର୍ଥ ତଥା ଅନ୍ତିମ ଦିନରେ ପହଞ୍ଚି ଉଦୀୟମାନ ସୂର୍ୟ୍ୟଙ୍କୁ ବ୍ରତଧାରୀମାନେ ଅର୍ଘ୍ୟ ଅର୍ପଣ କରି ସମାଜ ତଥା ପରିବାର ଜନ ଓ ବିଶ୍ୱ ବାସୀଙ୍କ କଲ୍ୟାଣ କାମନା କରିଥିଲେ ।
ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବାପ ଅଜା ଅମଳରୁ ବସବାସ କରି ଆସୁଥିବା ବିହାରୀ ସମାଜ ଉତ୍ତର ପ୍ରଦେଶ,ଝାଡଖଣ୍ଡ ଓ ଉତ୍ତରାଞ୍ଚଳର ହଜାର ହଜାର ପରିବାରର ନିଆରା ପର୍ବ ଛଟ ପର୍ବ। ଏହି ପୂଜା ହୁଏତ ବିହାରୀ ମାନଙ୍କ ମୁଖ୍ୟ ପୂଜା ,କିନ୍ତୁ ନାରୀ ଜାତି ପାଇଁ ଗୌରବ ପ୍ରତିଷ୍ଠା କୁ ଏହା ଉଦ୍ଦେଶ୍ୟ ରଖିଥିବାରୁ ଆଜିକାଲି ଏହାକୁ ସମସ୍ତ ଜାତି ଓ ସମ୍ପ୍ରଦାୟର ଲୋକେ ବଡ ଉତ୍ସୁକତାର ସହ ପାଳନ କରୁଛନ୍ତି। ଦୀପାବଳି ର ତିନି ଦିନ ପରେ ଏହି ପୂଜାର ପ୍ରସ୍ତୁତି ଆରମ୍ଭ ହୋଇଯାଏ ।ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛା ରାଶି ମଧ୍ୟରାତ୍ରୀ ଗତେ ଏହି ପୂଜା ପାଇଁ ଶୁଭଲଗ୍ନ ହୋଇଥାଏ ।ପୌରାଣିକ କିମ୍ବଦନ୍ତୀ ଅନୁସାରେ ଥରେ ନାରଦ ସ୍ତ୍ରୀ ଜାତି କୁ ଦେଖି ତାଛଲ୍ୟ କରି ହସରେ ଉଡେଇଦେଇଥିଲେ। ଏହା ଦେଖୁ ବିଷ୍ଣୁ ନାରଦଙ୍କ ଅଧମତା ପାଇଁ ତାଙ୍କୁ ସ୍ତ୍ରୀ ଜନ୍ମ ହେବା ପାଇଁ ଅଭିଶାପ ଦେଇଥିଲେ ଓ ନାରୀ ଜାତିଙ୍କ ଗୌରବ ପ୍ରତିଷ୍ଠା କରିଥିଲେ । ସେହିଦିନ ଠାରୁ ନାରୀ ମାନେ ନିଜ ଜାତିର ସମ୍ମାନ ପାଇଁ ସୂର୍ୟ୍ୟଦେବଙ୍କ ଭଉଣୀ ଛଟ ଦେବୀଙ୍କୁ ପୂଜା କରିଆସୁଛନ୍ତି। ଅତାବିରାରେ ଏହି ପର୍ବ ବହୁ ଧୁମ୍ ଧାମରେ ରେ ପାଳିତ ହୋଇ ଯାଇଛି। ଅତାବିରା ବାବା ମଠ ସ୍ଥିତ ବୁଟୁ ବନ୍ଧକୁ ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ କରି ଆଲୋକ ମାଳାରେ ସଜାଯାଇଥାଏ । ମାନସିକ କରି ବ୍ରତ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ରୀତି ନୀତି କୁ ମାନିଥାନ୍ତି।ଏହି ପୂଜାରେ ନିୟମିତ ପତ୍ରମୁଲା,ଦାତ୍ର ହଳଦୀ,ପତ୍ର ଅଦା,ଆଖୁ, ନାସପତି,ଡାଳିମ୍ବ,ସାନ୍ତରା , ସେଓ,ଲାଳଚନା,ପାଣି ସିଙ୍ଗଡ଼ା,କମଳା,ପିଠା ଇତ୍ୟାଦି ଭୋଗ ଲାଗିଥାଏ। ଅସ୍ତଗାମି ସୂର୍ୟ୍ୟକୁ ଦର୍ଶନ କରି ନାରୀମାନେ ପାଣିରେ ବୁଡ଼ ଦେଇ ତାଙ୍କୁ ପୂଜା କରିଥାନ୍ତି ଏବଂ ତା ପରଦିନ ସକାଳେ ନୂତନ ବସ୍ତ୍ର ଧାରଣ କରି ଉଦିତମାନ ସୂର୍ୟ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ବଢ଼ି ଭୋର୍ ରୁ ଆସିଥାନ୍ତି ପୋଖରୀ ତୁଠ କୁ।ସୂର୍ୟ୍ୟ ଙ୍କ ଉଦୟ କୁ ଅନେଇ ରହିଥାନ୍ତି ,ଉଦୟ ମାତ୍ରେ ତାଙ୍କୁ ଅର୍ୟ୍ୟ ଦେଇ ,ପୂଜାର୍ଚ୍ଚନା ସହ ଆରତୀ କରିଥାନ୍ତି। ପ୍ରତି ବ୍ରତାଧାରୀଙ୍କ ସହ ତାଙ୍କ ପରିବାର ର କିଛି ସଦସ୍ୟ ମାନେ ପୁଜାସ୍ଥଳକୁ ଆସିଥାନ୍ତି ତଥା ଆଖ ପାଖର ଲୋକେ ମଧ୍ୟ ଆସିଥାନ୍ତି ଏହି ପୂଜା ଦେଖିବା ପାଇଁ ।ଫଳରେ ପୂଜା ସ୍ଥଳ ଟି ଜଣ ସମାଗମରେ ପୁରି ଉଠେ । ହୁଲ ହୁଲି ସହ ବାଣ ର ଶବ୍ଦରେ କମ୍ପିଉଠେ ପୁଜାସ୍ଥଳ।ଚାରି ଦିନ ଧରି ବ୍ରତାଧାରି ମାନେ ଫଳାହାର କରିଥାନ୍ତି । ଶେଷ ଦିନ ନିର୍ଜଳା ରହି ସୂର୍ୟ୍ୟଙ୍କୁ ପୂଜା କରିଥାନ୍ତି। ସୂର୍ୟ୍ୟ ଙ୍କୁ ଅର୍ଘ୍ୟ ଦେବା ପରେ ବ୍ରତ ଭଙ୍ଗ କରି ଖୁସିରେ ରୋଷେଇବାସ କରି ସମସ୍ତେ ମିଳିମିଶି ଭୋଜନ କରିଥାନ୍ତି।
ରେଙ୍ଗାଲି କେମ୍ପ କେନାଲ କଡ଼,ଅତାବିରା ଶ୍ରୀ ରାମ ବାବା ମଠ ସ୍ଥିତ ବୁଟୁବନ୍ଧ, ଗୋଡଭଗା କେନାଲ କଡ଼ ଆଦି ବ୍ଲକ ର ବିଭିନ୍ନ ସ୍ଥାନରେ ଛଟ ପୂଜା ବହୁ ସଂଖ୍ୟାରେ ବ୍ରତାଧାରୀ ମାନେ ଉଦୟ ମାନ ସୂର୍ୟ୍ୟ ଙ୍କୁ ଫଳ,ମିଷ୍ଟାନ୍ନ ଦେଇ ଅର୍ଘ୍ୟ ଅର୍ପଣ କରିଥିଲେ।।କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଏହି ପର୍ବ ଫିକା ପଡ଼ିଥିଲା।ହେଲେ ଘରେ ରହି ନିଜ ନିଜ ଘାଟ ଦୁଆର ରେ କମ୍ ସଂଖ୍ୟକ ବ୍ରତାଧାରି ଙ୍କୁ ନେଇ ଛଟ ପୂଜା ପାଳିତ ହୋଇଥିଲା।  ଚଳିତ ବର୍ଷ ଏହାକୁ ବିହାରୀ ସମାଜ ଧୂପ,ଧିପ,ନୈବେଦ୍ୟ ସହ ହୁଳହୁଳି ର ତାଳେ ତାଳେ ଛଟ ପୂଜା ପାଳିତ ହୋଇଥିଲା।

Comments are closed.