ବଢିଲା ଧାନ ଚାଷୀଙ୍କ ଦୁର୍ଦ୍ଦଶା ; ପୁଣି ବର୍ଷା

ପୁରୀ :  ପୁଣିଥରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା। ଆଜି ସକାଳୁ ପୁରୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା। ପାଗ ମେଘୁଆ ରହିଛି। ଏଥିଯୋଗୁଁ ବିଲରୁ ଧାନ ଅମଳ ବାଧାପ୍ରାପ୍ତ ହୋଇଛି। କଟାହୋଇ ପଡ଼ିଥିବା ଧାନ କଲେଇ ନଷ୍ଟ ହେବା ସମ୍ଭାବନା ରହିଛି। ବର୍ଷା ଲାଗିଥିବାରୁ ହଠାତ୍ ଧାନ କାଟିବା ବନ୍ଦ କରିବାକୁ ପଡ଼ିଛି। ବାତ୍ୟା ଜୱାଦ ପରେ ଗୁରୁବାରର ବର୍ଷା ବୋଝ ଉପରେ କୋରଡ଼ା ମାଡ ପରି ହୋଇଛି।

Comments are closed.