ସମୁଦ୍ରରେ ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପୁରୀ : ଗତକାଲି ଠାରୁ ପୁରୀ ସମୁଦ୍ରରେ ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଚକ୍ରତୀର୍ଥ ବେଳାଭୂମିରୁ ଆଜି ଉଦ୍ଧାର ହୋଇଛି। ମୃତକ ହେଲେ ଛାତ୍ର ଅରବାଜ୍ ହୁସେନ କାଦ୍ରି (୨୩) ।  ତାଙ୍କ ଘର ପଶ୍ଚିମ ବଙ୍ଗରେ ବୋଲି ଜଣାପଡିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।
ସୂଚନା ଯୋଗ୍ୟ,ଗତକାଲି ତିନି ଜଣ ଏକାଠି ପୁରୀ ବତୀ ଘର ନିକଟସ୍ତ ସମୁଦ୍ର ମଧ୍ୟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ସେଠାରେ ମୁତୟନ ହୋଇଥିବା ଲାଇଫ ଗାର୍ଡ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅରବାଜ୍ ଜଣେ ନିଖୋଜ ଥିଲେ। ସମ୍ପୃକ୍ତ ଯୁବକମାନେ ଭୁବନେଶ୍ଵରକୁ ପରୀକ୍ଷା ଦେବାକୁ ଆସିଥିଲେ। ପରୀକ୍ଷା ଶେଷ ହେବା ପରେ  ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଥିଲା।

Comments are closed.