ତାସ ଖେଳ ହେଳା କାଳ ; ନାବାଳକର ଶିଳପୁଆ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ

ତିହିଡି : ଖେଳ ହେଲା କାଳ। ତାସ ଖେଳ ପାଇଁ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲା ତିହିଡି ଦୋଳସାହିରେ ଘଟିଛି ବୋଲି ରବିବାର ଜଣାପଡ଼ିଛି। ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ।
ସୂଚନା ଅନୁଯାୟୀ, ତିହିଡି ଥାନା ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତି ତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଥିଲା । ପରେ ଶିଳପୁଆର ମାଡ଼ରେ ରବୀନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ଅନେକ ଥର ଝଗଡା ଓ ବିବାଦ ଲାଗି ରହିଥିବା ସୂଚନା ମିଳିଛି। ଯାହାକି ଏହି ଘଟଣାକୁ ନେଇ ଆଜି ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ, ଖବର ପାଇ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।