ନବରଙ୍ଗପୁର ପ୍ରିମିୟର ଲିଗ୍‍ର ଷ୍ଟାନ୍‍ ଫୋର୍ଡ ଦଳ ବିଜୟୀ

ନବରଙ୍ଗପୁର : ରୟାଲ କ୍ଳବ ଦ୍ୱାରା ଆୟୋଜିତ ହୋଇଥିବା ନବରଙ୍ଗପୁର ପ୍ରିମିୟର ଲିଗ୍‍ର ଷ୍ଟାନ୍‍ ଫୋର୍ଡ ଦଳ ବିଜୟୀ ହୋଇଛି। ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ପଡିଆ ଠାରେ ଗତ ସେପ୍ଟେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଖେଳର ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଲିଗ୍‍ ପର୍ୟ୍ୟାୟ ମ୍ୟାଚରେ ନବରଙ୍ଗପୁର ଜିଲାର ୪ଟିଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚର ଦୁଇଟି ଦଳ ଷ୍ଟାନ୍‍ ଫୋର୍ଡ ଏବଂ ସନ୍‍ରାଇଜସ୍‍ ଦଳ ମଧ୍ୟରେ ହୋଇଥିବାବେଳେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ଷ୍ଟାନ୍‍ ଫୋର୍ଡ ଦଳ ବିଜୟଲାଭ କରିଛନ୍ତି। ଏହି ଅବସରରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥୀ ଭାବେ ବିଶିଷ୍ଟ ସମାଜସେବୀ ତଥା ରୟାଲ କ୍ଳବର ସଭାପତି ଜଗନ୍ନାଥ ମହାପାତ୍ର ଯୋଗଦେଇ ଖେଳାଳୀମାନେ ଖେଳୁଆଡ ମନେଭାବ ନେଇ ଖେଳିବାକୁ ପରାମର୍ଶ ଦେଇ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥୀଭାବେ ବିଜୁଛାତ୍ର ଜନତାଦଳର ରାଜ୍ୟ କାର୍ୟ୍ୟକାରୀ ସଭାପତି ତଥା ରୟାଲ କ୍ଳବର ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲା ଆଇନଜୀବୀ ସଂଘ ସଭାପତି ଆଶୀଷ ରଞ୍ଜନ ପଟ୍ଟନାୟକ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲୋ ଅନ୍ୟମାନଙ୍କର ମଧ୍ୟରେ ସରୋଜ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପଟ୍ଟନାୟକ ଉତ୍ତମ ନାୟକ, ଦେବଦତ୍ତ ସାହୁ,ଅଶ୍ୱୀନି ଦାସ, ଅଜିତ୍‍ କୁମାର , ସନ୍ତୋଷ ପାଣିଗ୍ରାହୀ, ରମେଶ ପାଣିଗ୍ରାହୀ, ଜି.ଦେବ କୁମାର ରେଡ୍ଡି ପ୍ରମୂଖ ଯୋଗଦେଇଥିଲେ। ଏହି ଫାଇନାଲ ମ୍ୟାଚ୍‍ ଟିକୁ ଚିତ୍ତରଞନ ପଟ୍ଟନାୟକ, ସାଜଦ ଖାନ ପରିଚାଳନା କରିଥିଲେ। ଅଭିଷେକ ଦାଶ ମଞ୍ଚ ପରିଚାଳନା କରିଥିଲେ। ସ୍କୋରର ଭାବେ ଦେବାନନ୍ଦ ଦାଶ, ସୁରଜ ଏବଂ ସିପୁନ ପରିଚାଳନା କରିଥିଲେ।

Comments are closed.