କାଟେଗୋରୀ ଅନୁଯାୟୀ ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପୁଣି ଆଂଶିକ ତାଲାବନ୍ଦ ଜାରି କରାଯାଇଛି। କାଟେଗୋରୀ ଏରେ ୨୦ ଜିଲା ଓ କାଟେଗୋରୀ ବିରେ ୧୦ ଜିଲାରେ ସଂକ୍ରମଣ ଅନୁଯାୟୀ ଗାଇଡଲାଇନ ଜାରି ହୋଇଥିବା ବେଳେ ମଲ୍‍ , ସ୍ପା, ପାର୍ଲର ବ୍ୟତୀତ ଅନ୍ୟାନ୍ୟ ଦୋକାନ ଖୋଲିଛି। ଏହି କଟକଣା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ଧିରେ ଧିରେ ଅନଲକ ପ୍ରକ୍ରିିୟା ଲାଗୁ ହେବ। କାଟେଗୋରୀ ଏରେ ସପ୍ତାହନ୍ତ ସଟଡାଉନ ଲାଗୁ କରାଯାଇପାରିବ ନାହିଁ। ମାତ୍ର ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସାରା ରାଜ୍ୟରେ ଛୋଟ ସେଲୁନ ଖୋଲାଯାଇଛି। ଉଠା ଦୋକାନୀ ଦୋକାନ ଖୋଲିବା ସହ ଖାଦ୍ୟ ପାର୍ସଲରେ ଦେବେ। ସିନେମା ହଲ୍‍ , ଯାତ୍ରା ଆଦି ହୋଇପାରିବ ନାହିଁ। ବିବାହ ଓ ଶୁଦ୍ଧିକ୍ରିୟାରେ କଟକଣା ଜାରି ରହିବ। ଏହାସହ ଆଜିଠାରୁ ଟ୍ୱିନ ସିଟିରେ ଦୋକାନ ବଜାର ଖୋଲା ଯିବା ସହ କିଛି ସ୍ଥାନରେ ଲୋକେ ଭିଡ କରୁଥିବା ସହ ତୁଣ୍ଡି ପିନ୍ଧୁନଥିବା ମଧ୍ୟ ଦେଖାଯାଇଛି। କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comments are closed.