ଇନ୍ଦ୍ରାବତୀ ଲିଫ୍ଟ ମେଗା କେନାଲ ବନ୍ଧରେ ଘାଇ ; ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ନିମ୍ନମାନର କାମପାଇଁ କେନାଲ ବନ୍ଧ ଭାଙ୍ଗିଥିବା ଚାଷୀଙ୍କ ଅଭିଯୋଗ 

କୋକସରା : ବହୁ ପ୍ରତିକ୍ଷିତ ଇନ୍ଦ୍ରାବତୀ ଉଠାଜଳସେଚନ କେନାଲ ବନ୍ଧ ଭାଙ୍ଗିଯିବାରୁ ଘାଇ ସୃଷ୍ଟି ହେଇଛି। ବିଳମ୍ବିତ ରାତିରେ କୋକସରା ବ୍ଲକ ମାଝୀଗୁଡା ନିକଟରେ ୧୦ ଫୁଟରୁ ଉର୍ଦ୍ଧ ଘାଇ ସୃଷ୍ଟି ହେଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଜଳ ମଗ୍ନ ପାଲଟି ଯାଇଛି l ଇନ୍ଦ୍ରା ବତୀ ମେଗା ଲିଫ୍ଟ କେନାଲ ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ଠାରୁ ପ୍ରଥମ ଥର ପାଇ ମେଗା ଲିଫ୍ଟ କେନେଲ କାର୍ଯ୍ୟକ୍ଷମ ହେଲାପରେ ଜୟପାଟଣା କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଛଡା ଯାଇଥିଲା । ହେଲେ ପ୍ରଥମ ବନ୍ୟା ଜଳ ନିଷ୍କାସନରେ ହିଁ ଭାଙ୍ଗିଲା ପଡିଲା କେନାଲ ବନ୍ଧ । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଯାଇ ଥିବା ଦେଖିବାକୁ ମିଳିଛି ।

କୋକସରା ବ୍ଲକ ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲରେ ପ୍ରବାହିତ ଯୋଗୁଁ ଏବଂ ନିମ୍ନ ମାନର କାମ ହୋଇଥିବା ଯୋଗୁଁ କେନାଲ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଥିବା ଜନ ମହଲରେ ଆଲୋଚନା ହୋଉଛି । ବର୍ତ୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କ ରୁଆ ବୁଣା ଧାନରେ ପାଣି ମାଡିଯିବାରୁ ମାଝୀଗୁଡା  ଓ କୋକସରା ଚାଷୀମାନଙ୍କ କ୍ଷତିଗ୍ରସ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି । କୋକସରା ଓ ମାଝୀଗୁଡାର ଚାଷୀମାନେ କେନାଲ ବନ୍ଧ ଭାଙ୍ଗିଵା ପାଇଁ ଠିକା ସଂସ୍ଥାର ନିମ୍ନ ମାନର କାମକୁ ନେଇ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୁରଣ ଦେବାକୁ ଦାବି କରିଛନ୍ତି ।

Comments are closed.