ମହୁମାଛି ଆକ୍ରମଣରେ ବାଇକରୁ ଖସି ଯୁବକ ଗୁରୁତ଼ର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆ ପଶି ନିକଟରେ ବାଇକରୁ ଖସି ପଡି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କେନ୍ଦୁଝର ଜେଲରୋଡ ସାହିର କାଳୁ ନାଏକଙ୍କ ପୁଅ ରୋହନ ନାଏକ ବୋଲି ଜଣାପଡିଛି । ସେ ପଡିଆ ପଶି ମାମୁଁ ଘରେ ରହୁଥିବା ବେଳେ ସେ ତାଙ୍କ ମଉସା ସହ ରାଜନଗର ଯାଉଥିବା ସମୟରେ ପଡିଆ ପଶି ନିକଟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଫଳରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.