ଦେଶରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା

ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୩୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୫୦ ହଜାରରେ ଓ ମୃତ୍ୟୁ ସଂଖ୍ୟା ୧ ହଜାରରେ ସୀମିତ ରହିଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୪୪,୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୨,୩୬୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧,୦୫୦ରେ ପହଞ୍ଚିଛି। ମୃତ୍ୟୁ ହାର ୧.୩୧%।
ଦିନକରେ ଆଉ ୫୭,୪୭୭ ସୁସ୍ଥ ହେବା ସହ ମୋଟ ୨,୯୬,୦୫,୭୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୦୬% । ୪,୯୫,୫୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିିୟ ଚିକିତ୍ସାଧୀନ ହାର ୧.୬୨%। ୪୩,୯୯,୨୯୮ ଦିନକରେ ଟିକା ନେଇଥିବା ବେଳେ ମୋଟ ୩୪,୪୬,୧୧,୨୯୧ ଟିକା ନେଇ ସାରିଛନ୍ତି। ସାପ୍ତାହିକ ପଜିଟିଭ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୫୦% ରହିଛି। ଦୈନିକ ପଜିଟିଭ ହାର ୨.୩୫% ଥିବା ବେଳେ ୨୬ ଦିନରେ ୫% ତଳକୁ ରହିଛି। ମୋଟ ୪୧.୬୪ କୋଟି ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.