ମୋହନା ମାଉସୀ ମା’ ମନ୍ଦିର ପରିସରରେ ଫୁଟିଲା ବ୍ରହ୍ମକମଳ

ମୋହନା  : ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ୫ ଶହ ମିଟର ଦୂରରେ ଥିବା ମାଉସୀ ମା’ ମନ୍ଦିର ପରିସରରେ ଥିବା ତୁଳସୀ ବଗିଚା ନିକଟରେ ଗୁରୁବାର ଦିନ ଗଛରେ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ବ୍ରହ୍ମକମଳ ଫୁଲ ବହୁ ମାସ ପରେ ଫୁଟିଥିବାରୁ ଏହାକୁ ଦେଖିବା ପାଇଁ ମୋହନାର ବହୁ ଲୋକେ ପହଞ୍ଚିଥିଲେ। ଏହି ଫୁଲ ବିଷ୍ଣୁଙ୍କ ପ୍ରିୟ ଫୁଲ ବୋଲି କୁହାଯାଉଥିବାରୁ ଏହାକୁ ଜଗନ୍ନାଥଙ୍କ ମସ୍ତକରେ ଲାଗିବ ବୋଲି ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର କହିଛନ୍ତି।

Comments are closed.