୫୬ ବର୍ଷରେ ଶାହରୁଖ

ମୁମ୍ବଇ : ଆଜି କିଙ୍ଗ୍‍ ଖାନ ଶାହରୁଖଙ୍କ ୫୬ ଜନ୍ମ ଦିନ। ଆଜି ୫୬ ବର୍ଷ ବୟସରେ ପାଦ ଥାପିବେ କିଙ୍ଗ ଖାନ୍‍। ଗୋଟିଏ ପରେ ଗୋଟିଏ ହିଟ୍‍ ଚଳଚ୍ଚିତ୍ର ଦେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଶାହାରୁଖ। କୋଟି କୋଟି ପ୍ରଂଶସକ ତାଙ୍କ ଦ୍ୱାରା ଅଭିନୀତ ପ୍ରତ୍ୟେକ ଚଳଚ୍ଚିତ୍ରକୁ ବେଶ ପସନ୍ଦ କରିଛନ୍ତି। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ହିଟ୍‍ ଚଳଚ୍ଚିତ୍ର ବିଷୟରେ……..
ଡର୍ (୧୯୯୩)
ନିର୍ଦ୍ଦେଶକ: ୟଶ ଚୋପ୍ରା
ଯେତେବେଳେ ଜୁହି ଚାୱଲାଙ୍କୁ ଶାହରୁଖ କେ କେ କେ କିରଣ ନାମରେ ଡାକନ୍ତି, ସିନେମା ହଲରେ ବସିଥିବା ଦର୍ଶକ ଖୁସିରେ ବେଶ ମଜା ନେଇଥାଆନ୍ତି।  ଏହି ଚଳଚ୍ଚିତ୍ରରେ ଶାହାରୁଖ ମାନସିକ ରୋଗୀର ଭୂମିକାରେ ଅଭିନୟ କରିଥିଲେ। ଯେକି ଜଣେ ଝିଅକୁ ଖୁବ ପସନ୍ଦ କରୁଥିଲେ ଓ ତାଙ୍କ ଝିଅ ମଧ୍ୟରେ ଥିବା ସମସ୍ତ ବାଧାକୁ ହଟାଇବାକୁ ଚାହିଁଥିଲେ, ଡରର ବାତାବରଣ ସୃଷ୍ଟି କରି। ଏହି ଚଳଚ୍ଚିତ୍ରଟି ଖୁବ ଲୋକପ୍ରିୟତା ହାସଲ କରିବା ସହ ଏଥିରେ ଲୋକେ ଖଳନାୟକ ଭୂମିକାକୁ ଅଧିକ ମନେ ରଖିଲେ।
କରଣ ଅର୍ଜୁନ (୧୯୯୫)
ନିର୍ଦ୍ଦେଶକ: କରଣ ଜୋହର
ଏହି ଚଳଚ୍ଚିତ୍ରରେ ପ୍ରତିଶୋଧ, ମା, ପୁନର୍ଜନ୍ମ, ଭାଇର ସ୍ନେହ ଉପଯୁକ୍ତ ଭାବରେ ଉପସ୍ଥାପିତ ହୋଇଥିଲା ।  ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ଭାବରେ ପରିଣତ ହୋଇଥିଲା । ଶାହାରୁଖ ଏବଂ ସଲମାନଙ୍କ ଯୋଡି ଆଶ୍ଚର୍ୟ୍ୟଜନକ ଥିଲା ।
ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ (୧୯୯୫)
ନିର୍ଦ୍ଦେଶକ: ଆଦିତ୍ୟ ଚୋପ୍ରା
ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ ପରେ ଶାହାରୁଖଙ୍କୁ ରୋମାନ୍ସର ରାଜା କୁହାଯାଉଥିଲା। ରୋମାଣ୍ଟିକ୍ ଚଳଚ୍ଚିତ୍ରରୁ ପଳାୟନ କରିଥିବା ଶାହାରୁଖ ଏହି ଚଳଚ୍ଚିତ୍ର କରିବାକୁ ରାଜି ହୋଇନଥିଲେ। ସେ ରାଜ୍‍ ଙ୍କ ଚରିତ୍ରକୁ ଏପରି ଅଭିନୟ କଲେ ଯେ ପ୍ରତ୍ୟେକ   ଝିଅ  ନିଜ ପ୍ରେମିକରେ ରାଜ୍‍ ଖୋଜିବା ଆରମ୍ଭ କଲେ ।  ବଲିଉଡ ଇତିହାସର ଅନ୍ୟତମ ସଫଳ ଚଳଚ୍ଚିତ୍ର ଯାହାକି ୧୯୯୫ ରୁ ମୁମ୍ବଇର ଏକ ସିନେମା ହଲରେ ଏବେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି ।
ଦେବଦାସ (୨୦୦୨)
ନିର୍ଦ୍ଦେଶକ: ସଞ୍ଜୟ ଲୀଲା ଭନସାଲୀ
ସଞ୍ଜୟ ଲୀଲା ଭନସାଲୀ ଶାହାରୁଖଙ୍କ ଆଖିରେ ତାଙ୍କ ଚଳଚ୍ଚିତ୍ର ପାଇଁ ଖୋଜୁଥିବା ସେହି ଯନ୍ତ୍ରଣା ଦେଖି  ‘ଦେବଦାସ’ର ଭୂମିକାକୁ ଶାହାରୁଖଙ୍କୁ ଦେଇଥିଲେ। ଶାହରୁଖଙ୍କ ଅଭିନୟକୁ ଦିଲୀପ କୁମାର ଏବଂ କୁନ୍ଦନଲାଲ ସେହଗାଲଙ୍କ ଅଭିନୀତ ‘ଦେବଦାସ’ ସହିତ ତୁଳନା କରାଯାଇଥିଲା। ଦେବଦାସଙ୍କ ଯନ୍ତ୍ରଣାକୁ ଶାହାରୁଖ ବହୁତ ପରିଶ୍ରମ କରି ଚିତ୍ରଣ କରିଥିଲେ।
ଭୀର ଜାରା (୨୦୦୪)
ନିର୍ଦ୍ଦେଶକ: ୟଶ ଚୋପ୍ରା
ଏହି ଚଳଚ୍ଚିତ୍ରରେ ଶାହାରୁଖ ଏକ ପ୍ରେମିକର ଚରିତ୍ରରେ ଅଭିନୟ କରିଥିଲେ ଯିଏ ନିଜ ପ୍ରେମିକା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି । ଶାହାରୁଖ ଅତ୍ୟନ୍ତ ଆନ୍ତରିକତାର ସହିତ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ଆଶା କରାଯାଉଥିବା ଠାରୁ କମ୍ ସଫଳ ହୋଇଥିଲା ।
ଡନ୍ (୨୦୦୬)
ନିର୍ଦ୍ଦେଶକ: ଫରହାନ୍ ଅଖତର
ସ୍ୱତନ୍ତ୍ର ଷ୍ଟାଇଲ ସହିତ ଶାହରୁଖ ଏକ ‘ଡନ୍’ ଚରିତ୍ରରେ ଅଭିନୟ କରିଥିଲେ ।  ରୋମାନ୍ସ ଛାଡି ସେ ବନ୍ଧୁକ ଏବଂ ଅପରାଧର ଅନ୍ଧକାର ଦୁନିଆରେ ପ୍ରବେଶ କଲେ । ଶାହାରୁଖଙ୍କ  ଏହି ଲୁକକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିଲେ।
ଚକ ଦେ ଇଣ୍ଡିଆ (୨୦୦୭)
ନିର୍ଦ୍ଦେଶକ: ଶିମିତ ଅମିନ
ଏହି ଚଳଚ୍ଚିତ୍ରରେ ଶାହାରୁଖ ଜଣେ ମହିଳା ହକି ପ୍ରଶିକ୍ଷକ କବୀର ଖାନଙ୍କ ଭୂମିକାରେ ଏପରି ଅଭିନୟ କରିଥିଲେ ଯେ ଲୋକମାନେ ଶାହାରୁଖ ଖାନଙ୍କୁ ବେଶ ପସନ୍ଦ କରିଥିଲେ।  କଲେଜ ଦିନରେ ହକି ଖେଳିଥିବା ଶାହାରୁଖ ଏହି ଭୂମିକା ପାଇଁ ଉପଯୁକ୍ତ ମନେ ହେଉଥିଲେ । ଯାହା ଏକ ଦୁର୍ବଳ ଦଳର ମନୋବଳକୁ ସୁଦୃଢ କରିବା ସହ ଚାମ୍ପିଆନ ମଧ୍ୟ କରିଥିଲା।  ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହାରୁଖ ତାଙ୍କ ଅଭିନୟର ସର୍ବୋଚ୍ଚ ସ୍ତରକୁ ସ୍ପର୍ଶ କରିଥିଲେ ।

Comments are closed.