ଗଣ୍ଡ ସମାଜ ପକ୍ଷରୁ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ବରପାଲି : ବରପାଲି କୁଶନପୁରୀ ଗଣ୍ଡୱାନା ଭବନ ପରିସରରେ ବରଗଡ଼ ଜିଲ୍ଲା ଅଖିଳ ଭାରତିୟ ଗଣ୍ଡ ସମାଜ ପକ୍ଷରୁ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସଭାପତି ଭାଗିରଥି ସିଂଙ୍କ ଦ୍ୱାରା ସମାଜ ପତକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା। ପରେ ଇଷ୍ଟଦେବ ବୁଢ଼ାଦେଓଙ୍କ ପରମ୍ପରା ନିତିକାନ୍ତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଥିଲା। ମହାସଚିବ ଧନେଶ୍ୱର ସିଂ ସୂଚନା ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ।
ସମ୍ମାନିତ ଅତିଥି ଭାବେ ଉପସଭାନେନେତ୍ରୀ ଅହଲ୍ୟା ଭୋଇ,ସରୋଜ ଧରୁଆ,ସୁରେନ୍ଦ୍ର ଧରୁଆ,ରାଜେନ୍ଦ୍ର ଭାଏ,ସତ୍ୟବାନ ଭୋଇ,ପୁରନ୍ଦର ସିଂ,ବଳରାମ ଭୋଇବୈଦ୍ୟନାଥ ଧରୁଆ,ବିଦେଶି ରାଏ ଓ ପ୍ରତାପ ସିଂ ପ୍ରମୁଖ ମଞ୍ଚାଶିନ ହୋଇ ଆଲୋଚନାରେ ଭାଗ ନେଇଥିଲେ। ସଭାରେ ରାଣୀଙ୍କ ବଳିଦାନ ଓ କର୍ମଦକ୍ଷତା ଉପରେ ଆଲୋଚନା ହେବା ସହିତ ସମାଜର ଉନ୍ନତିକରଣ, ସାମାଜିକ ବ୍ୟବସ୍ଥା,ନିଶାମୁକ୍ତ ସମାଜ ଗଠନ,ସୁସମ୍ପର୍କ ସ୍ଥାପନ,ଏକତା ମୂଲମନ୍ତ୍ର ଆଧାରରେ ସୁସମ୍ପର୍କ ସ୍ଥାପନ,ଶିକ୍ଷାକୁ ଅଗ୍ରାଧିକାର,ଅନ୍ଧ ବିଶ୍ୱାଷ ଦୁରିକରଣ,ସ୍ୱାସ୍ଥ୍ୟରକ୍ଷା ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥିଲା।

Comments are closed.