ସମୁଦ୍ର ବେଳାଭୂମିରେ ବୁଡିଲା ପୁଲିସଙ୍କ ଗାଡି

ବାଲେଶ୍ବର : ଚାନ୍ଦିପୁର ବେଳାଭୂମିକୁ ଯାଇଥିବା ଏକ ପୁଲିସ ଗାଡି ବେଳାଭୂମିରେ ଫସି ଯାଇଛି। ଜିଲା ରିଜର୍ଭ ପୁଲିସ ନିକଟକୁ ଆସିଥିବା ଏକ ଡାଲା ବୋଲେରୋ ଗାଡିକୁ ନେଇ ଚାନ୍ଦିପୁର ମଇଷାଳି ବିଚ ଯାଇଥିବା ବେଳେ ଗାଡିଟି ପୋତି ଯାଇଛି । ଗାଡିକୁ ନେଇ ସନ୍ଧ୍ୟା ୬ଟା ବେଳେ ଏସପି ଯାଇଥିଲେ ବୋଲି କୁହାଯାଉଛି। ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଏ ଅଞ୍ଚଳରେ ସାଧାରଣ ଲୋକଙ୍କର ପ୍ରବେଶ ନିଷେଧ । ଗାଡି ଫସି ଯିବା ସହ ଜୁଆର ଆସିବାରୁ ଏସପି ପଳାଇ ଆସିଥିଲେ ବୋଲି କୁହାଯାଉଛି। । ରାତି ୧୨ଟା ପରେ ଜୁଆର କମିବାରୁ ଓଡ୍ରାଫ ଟିମ ପହଞ୍ଚି ଗାଡିକୁ ଉଦ୍ଧାର କରିବାକୁ ଚେଷ୍ଟ।  କରିଥିଲା ।  ହେଲେ ସକାଳ ୬ଟା ହୋଇଯିବାରୁ ପୁଣି ଜୁଆର ଆସିଥିଲା ଓ ଗାଡି ପୁଣି ବୁଡି ଯାଇଛି । ଏହି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା କରାଯାଉଛି ।

Comments are closed.