ରାସ୍ତା ପାର୍ଶ୍ବ ଖୁଣ୍ଟିକୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ   ; ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ତିଳବେଡ଼ା ନିକଟରେ ରବିବାର ରାତିରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଖୁଣ୍ଟି କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ରୋଗୀ ଯାନ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଗୁରୁତର ଯୁବକ ଦୁଇଜଣ ସାହାରପଡା ବ୍ଲକ ତେଲିପଡା ଗ୍ରାମର ପିଣ୍ଟୁ ନାୟକ ଏବଂ ମୁଟୁ ନାୟକ ବୋଲି ଜଣା ପଡିଛି ଓ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

Comments are closed.