ସରାଯୁ ନଦୀ ଘାଟରେ ବୁଡି ଗୋଟିଏ ପରିବାରର ୬ ମୃତ ; ୩ ନିଖୋଜ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଯୋଧ୍ୟାର ସରାଯୁ ଘାଟରେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଶନିବାର ଖବର ମିଳିଛି। ସରାଯୁ ଘାଟରେ ଗୋଟିଏ ପରିବାରର ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବୁଡିଯାଇ ସେମାନଙ୍କର ମୃତ୍ୟୁ ହୋଇଛି। ଏହାସହ ୩ ଜଣ ଏଯାଏଁ ନିଖୋଜ ରହିଛନ୍ତି। ୩ ଜଣଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଯୋଗ୍ୟ ; ଆଗ୍ରାର ଗୋଟିଏ ପରିବାରର ଲୋକେ ଅଯୋଧ୍ୟା ଦର୍ଶନ ପାଇଁ ଯାଇଥିଲେ। ମାତ୍ର ସରାଯୁ ଘାଟରେ ଗୋଟିଏ ପରିବାର ଜଣଙ୍କ ପାଦ ଖସିବାରୁ ଫଳରେ ସେ ସରାଯୁ ଘାଟରେ ନଦୀ ଭିତରକୁ ପଳାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ୧୨ ଜଣ ବୁଡିବାକୁ ଲାଗିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା ଜଣାପଡିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.