ପାହାଡ଼ପଦର କୈବଲ୍ୟ ପୁଟା ନକ୍ଆଉଟ୍ କ୍ରିକେଟ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ବଙ୍କାକୁଣ୍ଡରୁକୁ ହରାଇ ଜମାଗୁଡା ଦଳ ବିଜୟୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ପାହାଡ଼ପଦର ଗାଁ ଖେଳପଡିଆଠାରେ କୈବଲ୍ୟ ପୁଟା ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ ଜମାଗୁଡା ଓ ବଙ୍କାକୁଣ୍ଡରୁ ଦଳ ମଧ୍ୟରେ ହୋଇଥିଲା। ଜମାଗୁଡା ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିବା ବେଳେ ଜବାବରେ ବଙ୍କାକୁଣ୍ଡରୁ ଦଳ ୯୦ ରନ କରି ସମସ୍ତ ଉଇକେଟ୍ ହରାଇ ପରାଜୟ ହୋଇଥିଲେ।

ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍ -୨ ଜିଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାହାଡ଼ ପଦର ସରପଞ୍ଚ ଲକ୍ଷଣ ମାଝୀ, ନାଏବ ସରପଞ୍ଚ ପ୍ରତିନିଧି ବୈଦ୍ୟନାଥ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଉଦଘାଟନୀ ମ୍ୟାଚରେ ଖୁସିରାମ ପୁଟା ଓ ରାମଯୋଗୀ ସାହୁ ଖେଳ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡରେ ସୁଧିର ସାହୁ ଓ ବାଲିସେନ ବିଭାର ଧାରାବିବାରଣୀରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପାହାଡ଼ପଦର କୈବଲ୍ୟ ପୁଟା ନକଆଉଟ୍ କ୍ରିକେଟ ମେମୋରିଆଲର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Comments are closed.