ଫେବୃଆରୀରେ ଶିଖର ଛୁଇଁବ ତୃତୀୟ ଲହର -କରୋନାକୁ ନେଇ ଚିନ୍ତାପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର (ଆ.ପ୍ର): କରୋନାକୁ ନେଇ ଚିନ୍ତାପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ। ଯଦିଓ ଓମିକ୍ରନ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ନିୟନ୍ତ୍ରଣରେ ରହିଛି ଏବଂ କରୋନା ସଂକ୍ରମଣରେ ସୁଧାର ଆସିଛି; କିନ୍ତୁ ଆମକୁ ସତର୍କ ରହିବାକୁ ହେବ। ଆସନ୍ତା ଦୁଇମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ତେବେ ଫେବୃଆରୀରେ କରୋନା ତୃତୀୟ ଲହର ଶିଖର ଛୁଇଁପାରେ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ଦୁଇ ମାସ ବିଳମ୍ବରେ ଆସିଥିଲା। ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ, ଖୁବଶୀଘ୍ର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଫେବୃଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ।

 

ଅନ୍ୟପକ୍ଷରେ ସଚେତନତା କରାଯିବା ସହିତ ଏ ଦିଗରେ ସରକାର ପ୍ରସ୍ତୁତ ରହିଛନ୍ତି। ସଂନିରୀକ୍ଷଣ, ପରୀକ୍ଷଣ, ଚିକିତ୍ସା ଓ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଶିଶୁ ବିଭାଗ, ଅମ୍ଳଜାନ ଓ ଔଷଧ ମହଜୁଦ ଅଛି। ଅନ୍ୟପକ୍ଷରେ ଭିତ୍ତିଭୂମି ପ୍ରସ୍ତୁତ କରି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ରହିଛୁ। ରାଜ୍ୟରେ ପୁଣି ୧୫୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨୦ ଶିଶୁ ଅଛନ୍ତି। ସଙ୍ଗରୋଧରୁ ୯୩ ଓ ସ୍ଥାନୀୟ ସଂକ୍ରମଣରୁ ୬୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୩ ଓ ଅନ୍ୟ ୧୫ ଜିଲାରେ ସଂକ୍ରମଣ ଏକ ଅଙ୍କରେ ରହିଛି। ଆଜି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୮୪୫୫ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଓମିକ୍ରନ୍‌କୁ ନେଇ ଦେଶର ୧୦ଟି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି କରାଯିବା ସହିତ ଦିଲ୍ଲୀରେ କଠୋର କଟକଣା ଜାରି କରାଯାଇଛି। ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଛୁଇଁଥିବାବେଳେ ଦିଲ୍ଲୀରେ ୧୬୫ ପହଞ୍ଚିଛି।

ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଶିଶୁ ବିଭାଗ, ଅମ୍ଳଜାନ ଓ ଔଷଧ ମହଜୁଦ ଅଛି। ଅନ୍ୟପକ୍ଷରେ ଭିତ୍ତିଭୂମି ପ୍ରସ୍ତୁତ କରି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ରହିଛୁ। ରାଜ୍ୟରେ ପୁଣି ୧୫୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨୦ ଶିଶୁ ଅଛନ୍ତି। ସଙ୍ଗରୋଧରୁ ୯୩ ଓ ସ୍ଥାନୀୟ ସଂକ୍ରମଣରୁ ୬୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୩ ଓ ଅନ୍ୟ ୧୫ ଜିଲାରେ ସଂକ୍ରମଣ ଏକ ଅଙ୍କରେ ରହିଛି। ଆଜି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୮୪୫୫ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଓମିକ୍ରନ୍‌କୁ ନେଇ ଦେଶର ୧୦ଟି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି କରାଯିବା ସହିତ ଦିଲ୍ଲୀରେ କଠୋର କଟକଣା ଜାରି କରାଯାଇଛି। ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଛୁଇଁଥିବାବେଳେ ଦିଲ୍ଲୀରେ ୧୬୫ ପହଞ୍ଚିଛି।

Comments are closed.