ଓମିକ୍ରନ ଆତଙ୍କ: ସୂଚକାଙ୍କ ୧୮୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ: ଓମିକ୍ରନ ପ୍ରକରଣର ଦ୍ରୁତ ସଂକ୍ରମଣକୁ ନେଇ ନିବେଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବରେ ସୋମବାର ଦିନ ସମ୍ବେଦୀ ସୂଚକାଙ୍କ ୧୮୦୦ ପଏଣ୍ଟ ହ୍ରାସପାଇଛି । ବିଶେଷକରି ଧାତୁ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରଗୁଡିକର ଷ୍ଟକ ମୂଲ୍ୟ ହ୍ରାସ ପାଇଥିବା ଜଣାଯାଇଛି । ସୋମବାର ଅପରାହ୍ଣ ୧.୨୫ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ୧୪୯୦ ପଏଣ୍ଟ ଅଥବା ୨.୬୧% ହ୍ରାସପାଇ ୫୫,୫୨୧.୩୨ ପଏଣ୍ଟରେ ପହଞ୍ଚିଥିଲା । ପରେ ତାହା ପୁଣି ତଳକୁ ଖସିଯାଇ ୫୫,୧୩୨.୬୮ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫଟି ୫୦ ସୂଚକାଙ୍କ ୪୭୨.୬୦ ପଏଣ୍ଟ ଅଥବା ୨.୭୮% ହ୍ରାସ ପାଇ ୧୬,୫୧୨.୬୦ ପଏଣ୍ଟରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ପୁନଃ ହ୍ରାସପାଇ ୧୬,୪୧୦.୨୦ ପଏଣ୍ଟକୁ ଖସି ଆସିଥିଲା ।

Comments are closed.