ଶୀତରୁ ତ୍ରାହି ପାଇଁ ନିଆଁ ପୂଆଁଉ ଥିଲେ ବୃଦ୍ଧା; ପିନ୍ଧା ଲୁଗାରେ ନିଆଁ ଲାଗି ପୋଡ଼ି ହୋଇ ପ୍ରାଣ ଗଲା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅନ୍ତର୍ଗତ ଚିଲିଦା ଗ୍ରାମର ମାଧବ ମହାନ୍ତଙ୍କ ପତ୍ନୀ ପାର୍ବତୀ ମହାନ୍ତ(୬୫) ଗତ ସନ୍ଧ୍ୟାରେ ଘର ପାଖରେ କାଠ ଖଣ୍ଡ ଜାଳି ନିଆଁ ପୁଇଁବା ସମୟରେ ପିନ୍ଧା ଲୁଗାରେ ନିଆଁ ଲାଗିଯିବାରୁ ପୋଡ଼ିଯାଇ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲ୍ ନିଆଯାଇ ଚିକିତ୍ସା କରାଯାଉଥିବା ସମୟରେ ପାର୍ବତୀଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ପୁଲିସ ଆଜି ବୃଦ୍ଧାଙ୍କର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି।

Comments are closed.