ମତଦାନ ବେଳେ ଟଳି ପଡିଲେ ବୃଦ୍ଧ

ଭୁବନେଶ୍ବର : ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଏଭ ଅଭାବନୀୟ ଘଟଣା ଘଟିଛି । ମତଦାନ ପାଇଁ ଲାଇନରେ ଠିଆ ହୋଇଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ସାନଖେମୁଣ୍ଡି ବିଧାନସଭା ଆସନ ଅନ୍ତର୍ଗତ କଂସାମାରି ବୁଥକୁ ଜଣେ ୯୫ ବର୍ଷିୟ ବୃଦ୍ଧ ଭୋଟ ଦେବାକୁ ଆସିଥିଲେ । ଭୋଟଦେବା ପାଇଁ ସେ ଲାଇନରେ ଠିଆ ହୋଇଥିବା ବେଳେ ସେ ହଠାତ୍ ତଳେ ଯାଇଥିଲେ । ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed.