ଜଗନ୍ନାଥଙ୍କ ଦର୍ଶନ ପାଇଁ ମଧ୍ୟପ୍ରଦେଶରୁ ପୁରୀ ପଦଯାତ୍ରା

ବିନିକା : ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଜଣେ ଶ୍ରଦ୍ଧାଳୁ ପଡୋଶୀ ମଧ୍ୟପ୍ରଦେଶ ରାଜ୍ୟରୁ ଜଗନ୍ନାଥ ଧାମ ପୁରୀକୁ ପଦଯାତ୍ରାରେ ବାହାରିଛନ୍ତି। ବ୍ୟକ୍ତି ଜଣଙ୍କ ଆଜି ସନ୍ଧ୍ୟା ସୁଦ୍ଧା ବିନିକା ସହର ଆଗକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ସେ ରାସ୍ତାରେ ପଦଯାତ୍ରାରେ ଯାଉଥିବା ବେଳେ ତାଙ୍କୁ ଅଟକାଇ ତାଙ୍କ ପରିଚୟ ପଚାରିବାରୁ ପଦଗାମୀ ଶ୍ରଦ୍ଧାଳୁ ବୃଦ୍ଧ ଜଗନ୍ନାଥଙ୍କ ଭକ୍ତ,  ତାଙ୍କର ପରିଚୟ ଦେବା ସହ ପଦଯାତ୍ରାରେ ବାହାରି ସେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବାରୁ ନିଜକୁ ଧନ୍ୟ ମନେକରି ଚତୁର୍ଦ୍ଧାମର୍ତ୍ତିଙ୍କ ଠାରେ ଥିବା ତାଙ୍କ ଆତ୍ମ ବିଶ୍ୱାସ ଓ ଶ୍ରଦ୍ଧା ଓ ଭକ୍ତିର କଥା କହିଥିଲେ। ଦୃଢ଼ ଇଛାଶକ୍ତି ଓ ଭକ୍ତି ଥିଲେ ପୁରୀକୁ ପାଦରେ ଚାଲି ଚାଲି ଯାଇ ଭଗବାନ ଦର୍ଶନ କରିବା କୌଣସି ଅସମ୍ଭବ ନୁହେଁ ବୋଲି ତାଙ୍କ ପଦଯାତ୍ରାର କଥା କହି ନିଜ ପରିଚୟ ଦେଇଥିଲେ। 
ସେ ଚଳିତ ଜୁଲାଇ ୫ ତାରିଖରୁ ମଧ୍ୟପ୍ରଦେଶ ରାଜ୍ୟର ଅଶୋକନଗର ଜିଲା ପିପାରାଇ ତହସିଲ ଅନ୍ତର୍ଗତ ତମାସା ଗ୍ରାମରୁ ପଦଯାତ୍ରା ପାଇଁ ସୁଭଲଗ୍ନରେ ନିଜ ଘରୁ ବାହାରି ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ତାଙ୍କ ନାମ କ୍ରିପାଲ ସିଂ ଯାଦବ (୬୨) ବୋଲି କହିଛନ୍ତି। ତେବେ ପରିଣତ ବୟସରେ ସେ ପଦଯାତ୍ରାରେ ଶହଶହ କିଲୋମିଟର ଭକ୍ତି ଭାବରେ ବାନ୍ଧି ହୋଇ ପାଦରେ ଚାଲି ଚାଲି ଯାଉଥିବାରୁ ଏହା ଅନେକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରେରଣା ହେବ ବୋଲି କୁହା ଯାଉଛି।

Comments are closed.