ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ

ଭୁବନେଶ୍ୱର: ଆଜି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡ଼ିଶା ବିଧାନସଭା ତରଫରୁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ। ବିଧାନସଭା ଉପଶାସନ ସଚିବ ଶିଶିର କାନ୍ତ ସ୍ୱାଇଁ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ନିରାପତ୍ତା ଅଧିକାରୀ ନଟରାଜ ଡୁଙ୍ଗଡୁଙ୍ଗଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.