ଓଡିଶା ସାମ୍ବାଦିକ ସଂଘ ପ୍ରତିଷ୍ଠାତାଙ୍କ ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକୀ ପାଳିତ

ହରଭଙ୍ଗା: ଓଡିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଭାତ ଦାଶଙ୍କ ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶାଖା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞଳୀ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିତିରଞନ ଦାସ, ଉପ ସଭାପତି ଭାଗବତ ମେହେର, କାର୍ଯ୍ୟକାରିଣୀ ସଦସ୍ୟ ବିଭୁଦତ୍ତ ବୋଷ, ସୁରେନ ପ୍ରଧାନ, ସୌମ୍ୟ ରଞନ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଶେଷରେ ତାଙ୍କର ସ୍ମୃତିଚାରଣ କରାଯାଇଥିଲା।