୨ ବର୍ଷରେ ୮ ଜଣଙ୍କ ହାଜତ ମୃତ୍ୟୁ, ମାନବାଧିକାର ନିୟମ ଉଲ୍ଲଙ୍ଘନ କରୁଛି ପୁଲିସ

ଭୁବନେଶ୍ବର: ନିକଟରେ ପୁରୀ ଓ ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ମାମଲା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଲିସର ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନାହିଁ ବୋଲି ଅଭିଯୋଗ ହେଉଛି। ସବୁ ନିୟମକୁ ପଛରେ ପକାଇ ହାଜତରେ ସନ୍ଦିଗ୍ଧଙ୍କୁ ନିର୍ଯାତନା ଦିଆଯାଉଛି। ଗିରଫର ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ କରିବାର ନିୟମ ରହିଛି। ସନ୍ଦିଗ୍ଧଙ୍କୁ ମାଡ ନମାରିବା ପାଇଁ ପୁଲିସ୍ ମାନବାଧିକାର ପାଠ ମଧ୍ୟ ପଢ଼ିଛି। ହାଜତରେ ନିର୍ଯାତନା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସବୁ ଥାନା ଓ ହାଜତରେ ସିସିଟିଭି କ୍ୟାମେରା ଲାଗିଛି। ମାତ୍ର ଅଧିକାଂଶ ଥାନାରେ ସିସିଟିଭି ଅଚଳ ହୋଇପଡିଛି। ଯାହାର ଫାଇଦା ଉଠାଉଛି ପୁଲିସ। ଫଳରେ ହାଜତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨ବର୍ଷ ମଧ୍ୟରେ ରାଜ୍ୟରେ ୮ଜଣଙ୍କ ହାଜତ ମୃତ୍ୟୁ ଘଟିଥିଲା ବେଳେ ୧୦ ବର୍ଷ ମଧ୍ୟରେ ଏପରି ୪୩ଟି ଘଟଣା ଘଟିଛି।
ସୂଚନା ଅନୁସାରେ ୨୦୧୭ରୁ ୨୦୧୯ ମଧ୍ୟରେ ୮ଜଣଙ୍କ ପୁଲିସ େହପାଜତରେ ଥିଲାବେଳେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୬ଜଣଙ୍କର ଅଦାଲତରେ ହାଜର ପୂର୍ବରୁ ଏବଂ ୨ଜଣଙ୍କର ପୁଲିସ ରିମାଣ୍ଡରେ ଥିଲାବେଳେ ମୃତ୍ୟୁ ଘଟିଛି। ୨୦୧୯ରେ ଦେଶରେ ସମୁଦାୟ ୧,୭୩୧ଜଣଙ୍କ ହାଜତରେ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧,୬୦୬ଜଣ ନ୍ୟାୟିକ ହେପାଜତରେ ଏବଂ ୧୨୫ ଜଣଙ୍କର ପୁଲିସ ହେପାଜତରେ ମୃତ୍ୟୁ ଘଟିଛି। ପୁଲିସ ହେପାଜତରେ ଥିବା ୧୨୫ମୃତ୍ୟୁ ମଧ୍ୟରୁ ଉତ୍ତରପ୍ରଦେଶରେ ୧୪ , ତାମିଲନାଡୁ ଏବଂ ପଞ୍ଜାବରେ ୧୧, ବିହାରରେ ୧୦ ଜଣ ରହିଛନ୍ତି। ସେହଭଳିି ମଧ୍ୟପ୍ରଦେଶରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁଜରାଟରେ ୮, ଦିଲ୍ଲୀରେ ୭ ଏବଂ ଓଡିଶାରେ ୬ଜଣଙ୍କ ଜୀବନ ଯାଇଥିଲା। ଝାଡଖଣ୍ଡ; ଛତିଶଗଡ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଏହି ସଂଖ୍ୟା ୫ରେ ଥିଲା ବେଳେ ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାରେ ୪ ଜଣ, କେରଳ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ୩, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ମଣିପୁର ୨ ଜଣ, ଆସାମ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ତ୍ରିପୁରାରେ ଜଣେ ଲେଖାଏଁ ହାଜତରେ ମୃତ୍ୟୁବରଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ଅନେକ କ୍ଷେତ୍ରରେ ପୁଲିସ ମାନବାଧିକାର ନିୟମ ଉଲ୍ଲଘଂନ କରୁଛି। ଅନେକ ସମୟରେ ପୁଲିସ ଆରେଷ୍ଟ ମେମୋରେ ପୁଲିସ ଓ ଅଭିଯୁକ୍ତଙ୍କ ଦସ୍ତଖତ ରହୁନାହିଁ। ଏହାଫଳରେ ଅଭିଯୁକ୍ତଙ୍କୁ ପୁଲିସ କେତେଦିନ ହାଜତରେ ରଖିଛି େଜରା କରିଛି ତାହାର କୌଣସି ପ୍ରମାଣ ରହୁନାହିଁ ବୋଲି ବହୁ ମାନବାଧିକାର କର୍ମୀ ଅଭିେଯାଗ କରିଛନ୍ତି। ସମସ୍ତ ପୁଲିସ ଅଧିକାରୀଙ୍କୁ ମାନବାଧିକାର ଆଇନ ଓ ଆଚରଣରେ ପରିବର୍ତ୍ତନ ପାଇଁ ତାଲିମ େଦବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ଏଠାରେ ସୂଚନାେଯାଗ୍ୟ େଯ ଚଳିତ ମାସରେ ରାଜ୍ୟ ମାନବାଧିକାର ଆେୟାଗ ପୁଲିସର ଅବହେଳା, ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ, ନିର୍ୟାତନା ମାମଲାର ଶୁଣାଣି କରି ୪ଟି ମାମଲାରେ କ୍ଷତିପୂରଣ ନିର୍ଦେଶ ଦେଇଛନ୍ତି। ଅଧିକାଂଶ କ୍ଷେତ୍ରରେ କ୍ଷତିପୂରଣ ଅର୍ଥ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କଠାରୁ ଭରଣା କରିବାକୁ ମଧ୍ୟ ଆେୟାଗ ନିର୍ଦେଶ େଦଇଛନ୍ତି।

Comments are closed.