‘ସମାଜ ପୋର୍ଟାଲ’ ପ୍ରଭାବ: ସାପକାମୁଡା ରୋଗୀଙ୍କୁ ଏସିଡ ଚିକିତ୍ସା ନେଇ ନିଜ ଆଡୁ ମାମଲା ରୁଜ୍ଜୁ କଲେ ରାଜ୍ୟ ମାନବାଧିକାର କମିଶନ

- ୧୫ ଦିନରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ

ଗତକାଲି ଅର୍ଥାତ ୧୯ ଅଗଷ୍ଟରେ ‘ସମାଜ ପୋର୍ଟାଲ’ରେ ପ୍ରକାଶିତ ତଥ୍ୟ ଓ ସାକ୍ଷାତକାର ସମ୍ବଳିତ ସମ୍ବାଦ ‘ବିପଦରେ ରୋଗୀ, ବିଷ ଝାଡିବା ପାଇଁ ଗୁଣିଆ କରୁଛି ଏସିଡ ପ୍ରୟୋଗ’କୁ ରାଜ୍ୟ ମାନବାଧିକାର କମିଶନ ଗୁରୁତର ସହ ଗ୍ରହଣ କରିବା ସହ ନିଜ ଆଡୁ ମାମଲା ରୁଜ୍ଜୁ କରିଛନ୍ତି। ଏ ନେଇ ରାଜ୍ୟ ମାନବାଧିକାର କମିଶନ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲୀ ଗାଁରେ ଯାହାକୁ ବି ସାପ ବା କଙ୍କଡା ବିଛା କାମୁଡ଼େ, ସେହି ରୋଗୀଙ୍କୁ ପାଖ ଗାଁର ଶୁକ ବାରିକ ବୋଲି ଜଣେ ଗୁଣିଆ ପାଖକୁ ନିଆଯାଏ ଓ ସେଠାରେ ଏସିଡ ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି। ସରିତା ମହାପାତ୍ର, ଶୁଭଶ୍ରୀ ମହାପାତ୍ର ଓ ନିରଞ୍ଜନ ବେହେରାଙ୍କ ଭଳି ତିନି ଜଣ ଏହି ଏସିଡ ଚିକିତ୍ସା ଦ୍ୱାରା ଦେହର ବିଭିନ୍ନ ସ୍ଥାନ ସବୁ ସିଝି କଳା ପଡିବା ସହ ଫୋଟକା ହେଇ ଲସା ଦେବା ସହ ଅନେକ ଜାଗାରେ ଚର୍ମ ଫାଟି ମେଲା ହୋଇଛି।

ଲିଙ୍କ – https://www.samajalive.in/snake-bite-patients/205794.html

Comments are closed.