ହୀରାକୁଦ ଜଳସ୍ତର ପାଖାପାଖି ୬୩୦ ଫୁଟ୍ ; ୨୮୦ ମେଗାୱାଟରେ ପହଞ୍ଚିଲା ବିଜୁଳି ଉତ୍ପାଦନ

ବୁର୍ଲା : ବୁର୍ଲାର ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବିଶେଷକରି ହୀରାକୁଦ ଜଳଭଣ୍ଡାରର ଜଳରାଶି ଉପରେ ନିର୍ଭର କରୁଛି । ହୀରାକୁଦ ବନ୍ଧର ଜଳସ୍ତରରେ ବୃଦ୍ଧି ଫଳରେ ବର୍ତ୍ତମାନ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନର ମାତ୍ରା ବୃଦ୍ଧି ପାଇଚାଲିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ପାଖାପାଖି ରହିଥିବା ବେଳେ ବିଜୁଳି ଉତ୍ପାଦନ ପ୍ରାୟ ୨୮୦ ମେଗାୱାଟରେ ପହଞ୍ଚିଛି।
ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ୭ଟି ସ୍ଲୁଇସ ଫାଟକ ମାଧ୍ୟମରେ ନିଷ୍କାସିତ ହେଉଛି । ହୀରାକୁଦ ବାମପଟର ୪ଟି ଏବଂ ଡ଼ାହାଣ ବୁର୍ଲା ପଟର ୩ଟି ସ୍ଲୁଇସ ଫାଟକ ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ଉଦବୃତ୍ତ ଜଳରାଶି ନିଷ୍କାସିତ କରାଯାଉଛି । ଗୁରୁବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ ରହିଥିବା ବେଳେ ବନ୍ଧକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୩ ହଜାର ୯୫୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୬ ହଜାର ୬୦୩ ଘନଫୁଟ ଜଳ ନିଷ୍କାସିତ ହେଉଥିବା ବନ୍ଧ ପକ୍ଷରୁ ସୁଚନା ଦିଆଯାଇଛି। ତେବେ ଆଜିକାର ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୨୭୮.୧୨୫ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ସ୍ତଳେ ଚିପିଲିମା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୬୨.୦୪୧ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଥିବା ଦୃଷ୍ଟାନ୍ତ ରହିଛି । ତେବେ ଏତାଦୃଶ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସ୍ଥିର ରହିଲେ ବିଜୁଳି ଉତ୍ପାଦନ କ୍ଷମତାକୁ ୨୮୭ ମେଗାୱାଟକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଗତ ୨୦ ତାରିଖ ଦିନ ୨୭୦.୮୭୫ ମେଗାୱାଟ, ଗତ ୧୮ ତାରିଖରେ ୨୭୩.୭୯୨ ମେଗାୱାଟ, ଗତ ୧୬ ତାରିଖରେ ୨୭୨.୨୦୮ ମେଗାୱାଟ ବୁର୍ଲା ବିଜୁଳି ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦିତ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଯାହାକି ଓଡ଼ିଶା ବାସୀଙ୍କ ପାଇଁ ଶୁଭଙ୍କର। ବିଜୁଳି ସମାସ୍ୟା ରହିବ ନାହିଁ। ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୪ ୟୁନିଟ ନବୀକରଣ ପରେ ବିଜୁଳି ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇଛି । ତେବେ ଗତ ଅଗଷ୍ଟ ମାସ ୨୬ ତାରିଖରେ ବୁର୍ଲା ବିଜୁଳି ଉତ୍ପାଦନ କେନ୍ଦ୍ରରେ ୨୭୨. ୧୬୭ ମେଗାୱାଟ, ଗତ ଅଗଷ୍ଟ ମାସ ୨୧ ତାରିଖରେ ୨୬୩.୩୩୩ ମେଗାୱାଟ, ଗତ ଅଗଷ୍ଟ ମାସ ୨୪ ତାରିଖରେ ୨୬୦.୪୧୭ ମେଗାୱାଟ, ଗତ ଅଗଷ୍ଟ ମାସ ୨୭ ତାରିଖରେ ୨୬୭.୦୦୦ମେଗାୱାଟ, ଗତ ଅଗଷ୍ଟ ମାସ ୩୧ ତାରିଖରେ ୨୬୪.୧୬୭ ମେଗାୱାଟ ଏବଂ ଚଳିତ ସେପ୍ଟେମ୍ବର ମାସ ୨ ତାରିଖରେ ୨୬୭.୪୧୭ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଆଗାମୀ ଦିନରେ ବିଜୁଳି ଉତ୍ପାଦନ ୨୮୭କୁ ପହଞ୍ଚିବା ସମ୍ଭାବନା ରହିଛି । ଯାହାକି ଓଡ଼ିଶାର ବିଜୁଳି ସଙ୍କଟର ଏକ ସ୍ଥାୟୀ ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି।

Comments are closed.