୫.୮%କୁ ବୃଦ୍ଧି ପାଇବ ବିଶ୍ୱ ଅର୍ଥନୀତି – ଓଇସିଡି

ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ୫ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇବ। ଇକୋନମିକ୍‍ କୋଅପରେସନ୍‍ ଆଣ୍ଡ ଡେଭ୍‍ଲପ୍‍ମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ଆକଳନ କରାଯାଇଛି। ପୂର୍ବରୁ ଏହି ଅଭିବୃଦ୍ଧି ୫ଦଶମିକ୍‍ ୬ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଏହା ପଏଣ୍ଟ ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ସଂସ୍ଥା ଆକଳନ କରିଛି। ପ୍ୟାରିସ୍‍ର ଏହି ସଂଗଠନ କହିଛି, ସମସ୍ତଙ୍କ ପାଖରେ କୋଭିଡ୍‍ ଟିକା ପହଞ୍ଚି ନ ପାରିବା ଯୋଗୁଁ ବିଶ୍ୱ ପ୍ରତି ବିପଦ ଘନେଇ ରହିଛି।

ଏକ ରିପୋର୍ଟରେ ଏହି ସଂସ୍ଥାର ମୁଖ୍ୟ ଲରେନ୍ସ ବୁନ୍‍ କହିଛନ୍ତି, କେତେକ କ୍ଷେତ୍ରରେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ସାମାନ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ବେଳେ ଅନେକ କ୍ଷେତ୍ରରେ ଅସଙ୍ଗତି ଦେଖାଦେଉଥିବାରୁ ଏହି ଅଭିବୃଦ୍ଧି ମନ୍ଥର ହୋଇଛି। ଏହି ସଂଗଠନର ସଦସ୍ୟ ଥିବା ୩୮ଟି ଦେଶ ମଧ୍ୟରୁ ୬୦ ପ୍ରତିଶତ ଦେଶ ବିଶ୍ୱର ସାମଗ୍ରୀକ ଅର୍ଥନୈତିକ ଉତ୍ପାଦରେ ସହଭାଗି ଅଟନ୍ତି ବୋଲି ଜଣାପଡ଼ିଛି।

Comments are closed.