ଓଡ଼ିଶା ବରିଷ୍ଠ ମହିଳା କ୍ରିକେଟ ଦଳ ଘୋଷିତ

କଟକ: ‌ମହାରାଷ୍ଟ୍ରର ପୁଣେଠାରେ ଖେଳାଯିବ ବିସିସିଆଇ ବରିଷ୍ଠ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟର ଏଲିଟ୍‌-ବି ଗ୍ରୁପ୍‌ ପ୍ରତିଯୋଗିତା। ଅକ୍ଟୋବର ୩୧ରୁ ଆରମ୍ଭହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଓଡ଼ିଶାର ୨୩ ଜଣିଆ ମହିଳା କ୍ରିକେଟ୍‌ ଦଳ ଶନିବାର ପୁଣେ ଯାତ୍ରାକରିଛି। ମଧୁସ୍ମିତା ବେହେରା ଓଡ଼ିଶା ଦଳର ନେତୃତ୍ବ ନେଉଛନ୍ତି। ଏଲିଟ୍‌-ବି ଗ୍ରୁପ୍‌ରେ ଓଡ଼ିଶା ସହ ସ୍ଥାନ ପାଇଥିବା ଏଥିରେ ଥିବା ଅନ୍ୟ ଦଳମାନେ ହେଲେ ତାମିଲନାଡ଼ୁ, ଚଣ୍ଡିଗଡ଼, ମୁମ୍ବଇ, ଉତ୍ତରାଖଣ୍ଡ ଓ ରେଳବାଇ। ଅକ୍ଟୋବର ୩୧ରେ ତାମିଲନାଡ଼ୁ, ନଭେମ୍ବର ୧ରେ ଚଣ୍ଡିଗଡ଼, ୩ରେ ମୁମ୍ବଇ, ୪ରେ ଉତ୍ତରାଖଣ୍ଡ ଓ ୬ରେ ରେଳବାଇ ବିପକ୍ଷରେ ଓଡ଼ିଶା ଦଳ ମ୍ୟାଚ୍‌ ଖେଳିବ। ଓଡ଼ିଶା ଦଳର ଖେଳାଳିଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ବରିଷ୍ଠ ମହିଳା କ୍ରିକେଟ୍‌ ଦଳ: ମଧୁସ୍ମିତା ବେହେରା (ଅଧିନାୟିକା), ମାଧୁରୀ ମେହେଟ୍ଟା (ଉପଅଧିନାୟିକା), ସରିତା ମେହେର, କାଜଲ ଜେନା, ସୁନିତା ମୁର୍ମୁ, ପ୍ରିୟଙ୍କା ସାହୁ, ପ୍ରଜ୍ଞା ପାରମିତା ମହାନ୍ତି (ୱିକେଟ ରକ୍ଷକ), ସୁଶ୍ରୀ ଦିବ୍ୟଦର୍ଶିନୀ, ରାସନ୍ନାରା ପରୱିନ, ରାଜଶ୍ରୀ ସ୍ବାଇଁ, ସୋନାଲି ହେମ୍ବ୍ରମ୍, ରଶ୍ମିତା ଚିନ୍ନାରା (ୱିକେଟ ରକ୍ଷକ), ଶିଳ୍ପା ସ୍ବାଇଁ (ୱିକେଟ ରକ୍ଷକ), ସୁଜାତା ମଲ୍ଲିକ, ବନଲତା ମଲ୍ଲିକ, ତରାନ୍ନା ପ୍ରଧାନ, ଶୁଭ୍ରା ନିର୍ଝରିଣୀ ସ୍ବାଇଁ, ତନ୍ମୟୀ ବେହେରା, ଅଞ୍ଜଳି ସିଂହ, ସଂଗୀତା ଖାଡ଼ିଆ ଓ ରାମେଶ୍ବରୀ ନାଏକ। ମୁଖ୍ୟ ପ୍ରଶିକ୍ଷକ: ସୁରେଶ କୁମାର, ବ୍ୟାଟିଂ ପ୍ରଶିକ୍ଷକ: ବିକାଶ ସ୍ବରୂପ ପତି, ଫିଜିଓ: ଅମ୍ରିତ ତ୍ରିପାଠୀ, ଟ୍ରେନର: ଶ୍ବେତା ସାମନ୍ତରାୟ, ଭିଡିଓ ଆନାଲିଷ୍ଟ: ଗାୟତ୍ରୀ ବେହେରା, ପ୍ରବନ୍ଧକ: ଅରୁଣ କୁମାର ନାଏକ ଓ ଡାକ୍ତର: ସୌମ୍ୟା ପ୍ରିୟଦର୍ଶିନୀ ଭୂୟାଁ।

Comments are closed.